Saturday, July 27, 2024
25.7 C
Odisha

    ସରକାରୀ ଅଧିକାରୀଙ୍କୁ ଧମକାଉଛି ରାଜ୍ୟ ବିଜେପି

    ଆଗକୁ ପଢନ୍ତୁ

    ବାରମ୍ୱାର ନିୟମ ଭାଙ୍ଗୁଛି ରାଜ୍ୟ ବିଜେପି। ଏନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ରାଜ୍ୟ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି ବିଜେପି। ପିଲାମାନଙ୍କୁ ନିର୍ବାଚନରେ ବ୍ୟବହାର କରିବା ହେଉ କି ଲୋକଙ୍କୁ ଧମକାଇବା ପରି କାମ କରୁଛନ୍ତି ବିଜେପି ନେତା। ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି । ଯେପରି ବିଡିଓ, ତହସିଲଦାର ଓ ପୁଲିସଙ୍କୁ ଧମାକାଉଛନ୍ତି ।

    କିଛି ଦିନ ତଳେ ନିର୍ବାଚନ କମିଶନ କିଛି ଆଇଏଏସ୍, ଆଇପିଏସ୍‌, ଓଏଏସ୍ ଙ୍କ ବଦଳି କରିଥିଲେ। ସେହି ନାଁ ନେଇ ବିଜେପି ନେତା ସରକାରୀ ଅଧିକାରୀଙ୍କୁ ବଦଳି କରିଦେବାକୁ କହି ଧମକାଉଛନ୍ତି। ବିଜେପି ପାଇଁ କାମ ନ କଲେ ଟ୍ରାନ୍ସଫର କରି ଦେବେ। ନିର୍ବାଚନ ଆସିବ ନିର୍ବାଚନ ଯିବ ହେଲେ ସରକାରୀ ଅଧିକାରୀଙ୍କ ମନୋବଳ ଯେପରି ସୁଦୃଢ ରହିବ, ସେଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି । ପୂର୍ବରୁ ମଧ୍ୟ ଏ ସବୁ ତଥ୍ୟ ନେଇ CEO ଙ୍କ ପାଖରେ ଦାଖଲ କରିସାରିଛି ବିଜେଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    93 %
    1.5kmh
    100 %
    Sat
    27 °
    Sun
    29 °
    Mon
    31 °
    Tue
    30 °
    Wed
    25 °

    ସମ୍ବନ୍ଧିତ