Saturday, October 10, 2026
21.6 C
Odisha

    କବିସୂର୍ଯ୍ୟନଗରରେ ବିରୋଧୀଙ୍କୁ ଟାର୍ଗେଟ କଲେ କାର୍ତ୍ତିକ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କବିସୂର୍ଯ୍ୟନଗର ଓ ଦିଗପହଣ୍ଡିରେ ନିର୍ବାଚନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଆହ୍ବାନ ଦେଇଛନ୍ତି। କବିସୂର୍ଯ୍ୟନଗରରେ ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥୀ ଲତିକା ପ୍ରଧାନ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍‌ସିପାତ୍ର ଏବଂ ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ନବୀନ ବାବୁଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । ଦଳୀୟ ପ୍ରାର୍ଥୀଙ୍କୁ ୯୫ ପ୍ରତିଶତ ଭୋଟରେ ଜିତାଇବାକୁ ସେ ଅନୁରୋଧ କରିଥିଲେ । ଦୁଇଟିଯାକ ସଭାରେ ସେ ଖଲିକୋଟର ପୂଜ୍ୟ ରାଣୀ ମା’ ସୁଜ୍ଞାନ ଦେଓ ଓ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଓଡିଶାର ପରିଚୟ ହେଉଛି ଶଙ୍ଖ ଚିହ୍ନ। ଉନ୍ନତିର ଚିହ୍ନ ଶଙ୍ଖ ଚିହ୍ନ। ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ । ନବୀନ ପଟ୍ଟନାୟକ ଓ ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛୁ ଓ ରହିଥିବୁ। ଆମେ ଆପଣଙ୍କ ସୁଖଦୁଃଖରେ ଅଛୁ, ସବୁଦିନେ ଆପଣଙ୍କ ଭଲମନ୍ଦ ବୁଝୁଛୁ। ତେଣୁ ଆପଣମାନେ ବିଜୁ ଜନତା ଦଳକୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ