Sunday, March 8, 2026
28.4 C
Odisha

    ସୁଭଦ୍ରା’ ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସୁଭଦ୍ରା’ ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ସୁଭଦ୍ରା’ ରଥର ଶୁଭାରମ୍ଭ କରାଯାଇଛି। ପ୍ରତି ମହିଳାଙ୍କ ସ୍ବପ୍ନ ପୂରଣ କରିବା ସୁଭଦ୍ରା ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ଏହା ସହାୟକ ହେବ । ସୁଭଦ୍ରା ଯୋଜନା ଅସ୍ମିତାର ପରିଚୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାମିଲ ଥିଲେ। ସୁଭଦ୍ରା ପଞ୍ଜୀକରଣ ପାଇଁ ସମୟସୀମା ନାହିଁ। ଶେଷ ହିତାଧିକାରୀ ଯାଏଁ ହେବ ସୁଭଦ୍ରା ପଞ୍ଜୀକରଣ । ଗହଳି ବା ଲମ୍ବା ଧାଡ଼ି ନକରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

    ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିବ । ଏହି ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଳକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ। ରାଜ୍ୟରେ ପ୍ରାୟ ୪୦ ହଜାର କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ଶିବିର କରାଯାଇ ଫର୍ମ ସଂଗ୍ରହ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.4 ° C
    28.4 °
    28.4 °
    52 %
    3.1kmh
    89 %
    Sun
    29 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ