Thursday, September 17, 2026
30 C
Odisha

    ସୋଆ ଉପସଭାପତି ଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ ପ୍ରଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ନଭେମ୍ବର ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନୀତ କରାଯାଇଛି । ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ଶ୍ରୀମତି ଦାସ ଙ୍କୁ ‘ଏକ୍ସଲେନ୍ସ ଇନ୍ ଇନ୍‌ସ୍ପିରେସ୍‌ନାଲ୍ ଲିଡରସିପ୍‌’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଗତ ନଭେମ୍ବର ୧୫ ତାରିଖ ଦିନ କୋଲକାତା ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ବିଶେଷ କରି ପୂର୍ବ ଭାରତରେ ସମାଜର ବିଭିନ୍ନ ବର୍ଗରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବ ଏବଂ ଉତର-ପୂର୍ବ ଭାରତରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରିୟୁ ଫ୍ଲେମିଂ ଏବଂ ଆଲାଏନ୍ସ ଫ୍ରାଂଚାଇଜି ଡୁ ବେଙ୍ଗାଲେ ର ନିର୍ଦ୍ଦେଶକ ଶ୍ରୀ ନିକୋଲାସ ଫାସିନୋ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । ଶ୍ରୀମତି ଦାସଙ୍କ ପକ୍ଷରୁ ସୋଆର ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ । ଅନେକ ଜନହିତକର କାର୍ଯ୍ୟ ଏବଂ ବିଶେଷ କରି ପାଠପଢ଼ାରୁ ବଂଚିତ ହେଉଥିବା ଶିଶୁମାନଙ୍କୁ ଶିକ୍ଷିତ କରିବା ସହ ଦକ୍ଷତାପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଲକ୍ଷ୍ୟ ନେଇ ଶ୍ରୀମତି ଦାସଙ୍କ ଦିଗଦର୍ଶନରେ ସୋଆ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅନୁଷ୍ଠାନ ‘ଜାଗୋ’ କିଛି ବର୍ଷ ହେବ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ