Saturday, March 14, 2026
21.9 C
Odisha

    ସୋସିଆଲ ମିଡ଼ିଆରୁ ବ୍ରେକ ନେଲେ କରନ ଜୋହର, ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଲେ ଏପରି କଥା

    ଆଗକୁ ପଢନ୍ତୁ

    ବଲିଉଡ ଫିଲ୍ମ ମେକର କରନ ଜୋହର ନିକଟରେ ସୋସିଆଲ ମିଡିଆରୁ ବିରତି ନେବାର ନିଷ୍ପତ୍ତି ଘୋଷଣା କରି ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଡିଜିଟାଲ ଭାବରେ ଡିଟକ୍ସ କରିବାକୁ ଯୋଜନା କରୁଛନ୍ତି, ତେଣୁ ଆଗାମୀ ସପ୍ତାହ ପାଇଁ, ସେ ସୋସିଆଲ ମିଡିଆ ମାଧ୍ଯମରେ ସ୍କ୍ରଲିଂ , ନୂଆ ଫୋଟୋ ପୋଷ୍ଟ କରିବା କିମ୍ବା ଷ୍ଟୋରୀ ସେୟାର କରିବାରୁ ଦୂରେଇ ରହିବେ । ଏପରିକି ସେ କାହାକୁ ମେସେଜ ସେଣ୍ଡ କରିବେ ନାହିଁ କିମ୍ବା କୌଣସି ମେସେଜରେ ରିପ୍ଲାଏ ଦେବେ ନାହିଁ ବୋଲି କହିଛନ୍ତି । କରନ ଜୋହାର ତାଙ୍କର ଏପରି ନିଷ୍ପତ୍ତି ବିଷୟରେ କିଛି ବିବରଣୀ ପ୍ରଦାନ କରିନାହାଁନ୍ତି, ଯଦିଓ ସେ ପ୍ରାୟତଃ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାଆନ୍ତି । ତାଙ୍କର ଏହି ବିରତି ଘୋଷଣା କରୁଥିବା ପୋଷ୍ଟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି ।

    ତେବେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଷ୍ଟୋରୀ ସେୟାର କରି କରନ ଲେଖିଛନ୍ତି ଯେ, “ଗୋଟିଏ ସପ୍ତାହ ପାଇଁ ଡିଜିଟାଲ ଡିଟକ୍ସ । କୌଣସି DM ନାହିଁ, କୌଣସି ପୋଷ୍ଟ ନାହିଁ । ଭଗବାନ ମୋତେ ଏଥିରୁ ଦୂରେଇ ରହିବାକୁ ଶକ୍ତି ଦିଅନ୍ତୁ ।”

    ଅନ୍ୟପଟେ ସୋସିଆଲ ମିଡିଆରୁ ଗୋଟିଏ ସପ୍ତାହ ପାଇଁ ବିରତି ନେବା ପୂର୍ବରୁ, କରନ ଜୋହର ତାଙ୍କ ପ୍ରଯୋଜନା କମ୍ପାନୀ ଧର୍ମା ଦ୍ବାରା ସେୟାର କରାଯାଇଥିବା ଏକ ଭିଡିଓକୁ ପୁନଃ ସେୟାର କରି ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ । ଭିଡିଓ ଆରମ୍ଭରୁ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳୁଛି । ଏହା ପରେ ପରେ, ଅକ୍ଷୟ କୁମାର, ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କୁ ଦେଶପ୍ରେମ ଭାବନାରେ ବୁଡ଼ି ରହିଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

    କହିବାକୁ ଗଲେ କରନ ଜୋହର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାଆନ୍ତି । ନିକଟରେ କରନ ଜୋହର ଧୁରନ୍ଧର ଏବଂ ବର୍ଡର 2ର ବକ୍ସ ଅଫିରସ ସଫଳତାକୁ ପ୍ରଶଂସା କରିଥିଲେ । ଏହା ପୂର୍ବରୁ, ସେ ୟାମି ଗୌତମଙ୍କ ଫିଲ୍ମ, ହକ୍ କୁ ମଧ୍ଯ ପ୍ରଶଂସା କରିଥିଲେ । ତଥାପି, ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆର ବହୁତ ଟ୍ରୋଲ କରାଯାଇଥିଲା । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ୟାମି ଗୌତମ ତାଙ୍କ ଫିଲ୍ମର ପ୍ରମୋସନ ପାଇଁ କରଣ ଜୋହରଙ୍କ ରିଆଲିଟି ଶୋ’ରେ ଉପସ୍ଥିତ ହୋଇଥିଲେ । ୟୁଜର୍ସମାନେ କହିଥିଲେ ଯେ କରଣ ତାଙ୍କୁ ଅଣଦେଖା ଜାରିଥିଲେ କିନ୍ତୁ ଏବେ ଏବେ ତାଙ୍କ ଫିଲ୍ମର ପ୍ରଶଂସା କରୁଛନ୍ତି । କରଣ ପୂର୍ବରୁ ଅନେକ ଥର ଟ୍ରୋଲ ହୋଇଥିବା କଥା ଖୋଲାଖୋଲି ସ୍ବୀକାର କରିଛନ୍ତି । ଏହି କାରଣରୁ ସେ ସୋସିଆଲ ମିଡିଆରୁ ଦୂରେଇ ରହିଛନ୍ତି? ଏହା ପଛରେ କାରଣ ବିଷୟରେ ଫିଲ୍ମ ନିର୍ମାତାମାନେ କୌଣସି ବିବରଣୀ ଦେଇ ନାହାଁନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    32 %
    1.1kmh
    0 %
    Sat
    38 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ