Wednesday, March 11, 2026
25.1 C
Odisha

    ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ଥୁଆମୂଳ

    ଆଗକୁ ପଢନ୍ତୁ

    ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ ଜିଲ୍ଲା କାଶୀପୁର ଏବଂ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ।

    ସୂଚନା ଅନୁସାରେ, ରାୟଗଡ଼ ଜିଲ୍ଲା କାଶୀପୁର ଥାନା ମୁନୁଷଗାଁ ପଞ୍ଚାୟତ ଭାଟିପାସ ଗ୍ରାମର ଗୁରୁନାଥ ଗଉଡ଼ ନିଜ ସ୍ତ୍ରୀ ପୁଷ୍ପା ଗଉଡ଼ (୪୫)ଙ୍କୁ ସୋମବାର ରାତିରେ ଟାଙ୍ଗିଆରେ ହାଣି ଫେରାର୍ ହୋଇଯାଇଥିଲା। ପୁଷ୍ପାଙ୍କୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ମଙ୍ଗଳବାର ସକାଳୁ ରକ୍ତମୁଖା ହୋଇ ବୁଲୁଥିବା ଗୁରୁନାଥ ଅଞ୍ଚଳରେ ଯାହାକୁ ଦେଖିଲା ତାହାକୁ ଆକ୍ରମଣ ଉଦ୍ୟମ କରିଥିଲା। ପଡ଼ୋଶୀ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମର ଚନ୍ଦ୍ରଶେଖର ରାଉତଙ୍କ ୧୨ ବର୍ଷୀୟ ପୁଅ ଶିବଶଙ୍କର ରାଉତ ଓ ଢୋଲପାସ ଗ୍ରାମର ମଦନ ମାଝୀଙ୍କ ୧୨ ବର୍ଷୀୟ ନାବାଳକ ପୁଅ ମଧୁ ମାଝୀ ପେଟଫୁଲା ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ଗୁରୁନାଥ ଉଭୟଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ଶିବଶଙ୍କଙ୍କ ତଣ୍ଟି ଓ ମଧୁଙ୍କ ପେଟରେ ଆଘାତ ଲାଗିଥିଲା। ଦୁଇ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଲୋକେ ଉଦ୍ଧାର କରି ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଶିବଶଙ୍କରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

    ସୂଚନା ପାଇ ଉଭୟ ଥୁଆମୂଳ ରାମପୁର ଏବଂ କାଶୀପୁର ଥାନା ପୁଲିସ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କାଶୀପୁର ଏବଂ ଥୁଆମୂଳ ରାମପୁର ପୁଲିସର ମିଳିତ ଉଦ୍ୟମରେ ହତ୍ୟାକାରୀ ଗୁରୁନାଥଙ୍କୁ ଗିରଫ କରାଯାଇଥିଲା। କାଶୀପୁର ପୁଲିସ ଗୁରୁନାଥକୁ ଗିରଫ କରି ପଚରାଉଚରା ପାଇଁ କାଶୀପୁର ଥାନାକୁ ନେଇଛି। କାହିଁକି ଏବଂ କେଉଁ କାରଣରୁ ଗୁରୁନାଥ ଏଭଳି ବିଭତ୍ସ କାଣ୍ଡ ଘଟାଇଛି ତାହା ଜଣାପଡ଼ି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    26 %
    2.3kmh
    0 %
    Wed
    26 °
    Thu
    38 °
    Fri
    39 °
    Sat
    40 °
    Sun
    37 °

    ସମ୍ବନ୍ଧିତ