Friday, April 17, 2026
26.4 C
Odisha

    ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇଁ ନିୟମିତ ପିଅନ୍ତୁ ଏହି ଜିନିଷ

    ଆଗକୁ ପଢନ୍ତୁ

    ସୁସ୍ଥ ରହିବାକୁ ସମସ୍ତେ ଚାହାଁନ୍ତି।ସୁସ୍ଥ ରହିବା ପାଇଁ ମଣିଷ ତ ବହୁତ କିଛି ଖାଦ୍ୟ ଖାଇଥାନ୍ତି ହେଲେ ବି ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଏମିତି ସ୍ଥିତିରେ ଆଜି ଆପଣଙ୍କୁ ଏପରି ଗୋଟିଏ ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ଏହା ସହ ଏହାର ଟେଷ୍ଟ ମଧ୍ୟ ବହୁତ ସୁନ୍ଦର ହୋଇଥାଏ। ଯାହାକୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନେ ମଧ୍ୟ ଅଚିନ୍ତାରେ ଖାଇପାରିବେ। ତେବେ ଜାଣନ୍ତୁ ଏହି ଖାଦ୍ୟର ନାମ କ’ଣ ?ଏହାର ନାମ ହେଉଛି- ‘ନଡିଆ କ୍ଷୀର’।
    ନଡିଆ କ୍ଷୀରରେ ଆଣ୍ଟିଅକ୍ସିଡାଣ୍ଟ ସହିତ ଅନେକ ପୋଷକ ତତ୍ୱ ରହିଥାଏ। ନଡିଆ କ୍ଷୀରକୁ ବିଶେଷ କରି ଶୀତ ଦିନରେ ସକାଳୁ ପିଇଲେ ଏହା ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ। ସ୍ୱାସ୍ଥ୍ୟ ପାଇଁ ନଡିଆ କ୍ଷୀର ବହୁତ ଲାଭ ଦାୟକ ବୋଲି ବିବେଚନା କରାଯାଏ। ଶୀତ ଦିନେ ଯଦି ଆପଣ ନିୟମିତ ଭାବେ ନଡିଆ କ୍ଷୀର ନିୟମିତ ଭାବେ ପିଇବା ଅଭ୍ୟାସ୍ କରନ୍ତୁ, ଦେଖିବେ ଅନେକ ଲାଭ ମିଳିବ। ଆସନ୍ତୁ ଜାଣିବା ଏହାକୁ ପିଇବା ଫଳରେ କେଉଁ କେଉଁ ଫାଇଦା ମିଳିଥାଏ।

    ରୋଗ ପ୍ରତିରୋଧକ ଶକ୍ତି କୁ ମଜବୁତ କରେ :
    ଶୀତ ଦିନରେ ନଡିଆ କ୍ଷୀର ପିଇଲେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରହିଥାଏ। ଏହାସହ ଆପଣମାନେ ତ ଜାଣିଥିବେ ଶୀତ ଦିନରେ ସ୍ୱାସ୍ଥ୍ୟ ଖରାପ ହୁଏ ଯାହା ଫଳରେ ଶରୀର ଦୁର୍ବଳ ହୋଇଥାଏ। ହେଲେ ଯଦି ଆପଣ ନିୟମିତ ଭାବରେ ନଡିଆ କ୍ଷୀର ପିଅନ୍ତି ତେବେ ଏହି ସମସ୍ୟାରୁ ମୁକ୍ତି ପାଇବେ। ଡାଇବେଟିସ୍ ରୋଗୀଙ୍କ ପାଇଁ ନଡିଆ କ୍ଷୀର ବହୁତ ଲାଭ ଦାୟକ ହୋଇଥାଏ। ଏହା ସହ ବ୍ଲଡ୍ ପ୍ରେସର ସ୍ତରକୁ ମଧ୍ୟ କଣ୍ଟ୍ରୋଲରେ ରଖିଥାଏ।

    ଓଜନକୁ କମ୍ କରେ :
    ଯଦି ଆପଣ ମେଟାପଣକୁ ନେଇ ଚିନ୍ତିତ ଅଛନ୍ତି ତେବେ ପ୍ରତ୍ୟେକ ଦିନ ସକାଳୁ ନଡିଆ କ୍ଷୀର ପିଅନ୍ତୁ ଦେଖିବେ ଆପଣଙ୍କର ଓଜନ କମ୍ ହେବାକୁ ଲାଗିବା। କାରଣ ନଡିଆ କ୍ଷୀର ଆପଣଙ୍କ ଚର୍ବିକୁ ନଷ୍ଟ କରିଦିଏ। ଏହା ସହ ଖାଲି ଓଜନ କମ କରେ ନାହିଁ ବରଂ ଅନେକ ପେଟ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

    ତ୍ୱଚା ପାଇଁ ଲାଭ ଦାୟକ ହେବ :
    ନଡିଆ କ୍ଷୀର ପିଇଲେ ଖାଲି ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ନାହିଁ ବରଂ ତ୍ୱଚାରେ ମଧ୍ୟ ଚମକ ସୃଷ୍ଟି କରିଥାଏ। ଏହି ଶୀତ ଋତୁରେ ଆପଣଙ୍କର ଫେସରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ଖାସ୍ କରି ଝିଅମାନେ ଅଧିକ ଚିନ୍ତାରେ ରହୁଛନ୍ତି। ଏହି ଚିନ୍ତାକୁ ଦୂର କରିବା ପାଇଁ ଆପଣ ନିୟମିତ ଭାବରେ ନଡିଆ ପାଣି ପିଅନ୍ତୁ ଦେଖିବେ ଆପଣଙ୍କ ସ୍କିନ୍ ଗ୍ଲୋ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    56 %
    0.9kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    42 °

    ସମ୍ବନ୍ଧିତ