Sunday, April 19, 2026
28.9 C
Odisha

    ହସ୍ପିଟାଲରୁ କାଉଡିଆଙ୍କ ମୃତଦେହ ଉଭାନ

    ଆଗକୁ ପଢନ୍ତୁ

    କୋରପୁଟ: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ମହାଦେବଙ୍କ ନିକଟରେ ପାଣି ଲାଗି କରିବାକୁ ଆସିଥିବା ଜଣେ କାଉଡିଆଙ୍କ ହୃଦ୍‌ଘାତରେ ସୋମବାର ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ମୃତ କାଉଡିଆଙ୍କ ମୃତଦେହ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଏବଂ ହସ୍ପିଟାଲରୁ ଉଭାନ ହୋଇଯାଇଛି। ଏ ନେଇ ମେଡିକାଲ ପକ୍ଷରୁ ତନାଘନା ଚାଲିଛି।

    ମିଳିଥିବା ସୂଚନା ମୁତାବକ, ବରଗଡ଼ ଜିଲା ବରପାଲି ଅଞ୍ଚଳର ସୁକେଶ ଦିପ(୨୧) କୋରାପୁଟ ଶୈବ ପୀଠରେ ପାଣି ଢାଳିବା ପାଇଁ ସାଙ୍ଗମାନଙ୍କ ସହିତ ଆସିଥିଲେ। ସାଙ୍ଗମାନଙ୍କ ସହିତ ପାଣି ଭାର ଧରି ଚାଲିଚାଲି ଆସୁଥିବା ବେଳେ ହଟାତ୍‌ ଟଳି ପଡ଼ିଥିଲେ। ସାଙ୍ଗେମାନେ ତାଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଏହାର କିଛି ସମୟ ପରେ କାଉଡିଆଙ୍କ ମୃତଦେହ ମେଡିକାଲରୁ ଉଭାନ ହୋଇଯାଇଥିଲା। ଏପରିକି ମୃତ କାଉଡିଆଙ୍କୁ ହସ୍ପିଟାଲ ଆଣିଥିବା ସାଙ୍ଗମାନଙ୍କ ମଧ୍ୟ ଦେଖା ମିଳି ନ ଥିଲା l
    ମେଡିକାଲରୁ ହଟାତ୍‌ ମୃତଦେହ ଉଭାନ ହେବା ମେଡିକାଲର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି। କାଉଡିଆଙ୍କ ମୃତ୍ୟୁ ପରେ ମେଡିକାଲ କର୍ତ୍ତୃପକ୍ଷ କାହିଁକି ମେଡିକାଲ ଥାନାକୁ ଜଣାଇ ନ ଥିଲେ। ହସ୍ପିଟାଲରେ ସୁରକ୍ଷା କର୍ମୀ ନିୟୋଜିତ ଥିବା ସତ୍ତ୍ୱେ ମୃତଦେହ କିପରି ଉଭାନ ହୋଇଗଲା ସେନେଇ ସନ୍ଦେହ ସୃଷ୍ଟି କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    46 %
    0.5kmh
    100 %
    Sun
    43 °
    Mon
    44 °
    Tue
    44 °
    Wed
    43 °
    Thu
    44 °

    ସମ୍ବନ୍ଧିତ