Friday, September 11, 2026
23.6 C
Odisha

    ହାଇଓ୍ବା ତଳେ ଚାପି ହୋଇଗଲେ ଯୁବକ

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧାବଜାରଠାରୁ କିଛି ଦୂରରେ ଆଜି ସକାଳ ସାଢେ ୮ଟା ସମୟରେ ଏକ ହାଇୱା ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଉତ୍ତମ କୁମାର ଶଙ୍ଖୁଆ (୨୪) ଏବଂ ତାଙ୍କ ଘର ତିହିଡି଼, ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗ୍ରାମରେ ବୋଲି ଜଣାପଡ଼ିଛି।

    ସୂଚନାନୁଯାୟୀ, ଉତ୍ତମ ନିଜ ଭଉଣୀକୁ ତିହିଡି଼ କଲେଜରେ ଛାଡ଼ି ଘରକୁ ଫେରୁଥିଲେ। ବିନ୍ଧା ବଜାରଠାରୁ କିଛି ଦୂରରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉତ୍ତମ ରାସ୍ତା ଉପରକୁ ଛିଟକି ପଡ଼ିଥିଲେ। ଏହି ସମୟରେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ହାଇୱା (ନଂ ଓଡି ୦୪ ଜେ ୯୬୪୪)ଉତ୍ତମଙ୍କୁ ଚାପିଦେଇଥିଲା । ଘଟଣାସ୍ଥଳରେ ଉତ୍ତମଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ରାସ୍ତା ଉପରକୁ ଆସିଯିବାରୁ ରାସ୍ତା ଅବରୋଧ ହେବାସହ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପୋଲିସ ଏହି ଘଟଣାରେ ଏକ ମାମଲା (ନଂ ୯୯/୨୫) ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    98 %
    0.9kmh
    100 %
    Thu
    24 °
    Fri
    26 °
    Sat
    27 °
    Sun
    28 °
    Mon
    31 °

    ସମ୍ବନ୍ଧିତ