Monday, September 28, 2026
27.5 C
Odisha

    ହାଇକୋର୍ଟ ବିଚାରପତିଙ୍କ ଘରେ ଅଗ୍ନିକାଣ୍ଡ, ମିଳିଲା ପୁଳା ପୁଳା ଟଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଘରେ ନିଆଁ ଲାଗିବା ପରେ ବିପୁଳ ପରିମାଣର ଟଙ୍କା ଉଦ୍ଧାର କରାଯାଇଛି । ଏହା ସାମ୍ନାକୁ ଆସିବା ପରେ, ବିଚାରପତି ଯଶୋବନ୍ତ ବର୍ମାଙ୍କୁ ବଦଳି କରାଯାଇଛି । ଅବଶ୍ୟ କିଛି ବିଚାରପତି ତାଙ୍କ ଇସ୍ତଫା ଦାବି କରୁଛନ୍ତି । ବିଚାରପତିମାନେ କହିଛନ୍ତି ଯେ, ଯଦି ଜଷ୍ଟିସ୍ ବର୍ମା ଇସ୍ତଫା ଦେବାକୁ ମନା କରନ୍ତି, ତେବେ ମୁଖ୍ୟ ବିଚାରପତି ୧୯୯୯ ମସିହାର ପ୍ରକ୍ରିୟା ଅନୁଯାୟୀ ତାଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିବା ଉଚିତ, ଯାହା ଅନୁଯାୟୀ କୌଣସି ବିଚାରପତିଙ୍କ ବିରୁଦ୍ଧରେ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରାଯାଏ । ଜଣେ ହାଇକୋର୍ଟ ବିଚାରପତିଙ୍କ ଘରୁ ଏତେ ପରିମାଣର ଟଙ୍କା ମିଳିବା ପରେ ନ୍ୟାୟପାଳିକାରେ ହଇଚଇ ସୃଷ୍ଟି ହୋଇଛି । ସିଜେଆଇ ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟ କଲେଜିୟମ ବିଚାରପତିଙ୍କୁ ଅନ୍ୟ ଏକ ହାଇକୋର୍ଟକୁ ଟ୍ରାନ୍ସଫର କରିବାକୁ ନିଷ୍ପତ୍ତି ନେଇଛି ।କୁହାଯାଉଛି ଯେ ଯେତେବେଳେ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା, ସେତେବେଳେ ସେ ସହରରେ ନଥିଲେ । ତାଙ୍କ ପରିବାର ସଦସ୍ୟମାନେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଫୋନ୍ କରିଥିଲେ । ନିଆଁ ଲିଭାଇବା ପରେ ଅଧିକାରୀମାନେ ଏକ ରୁମରୁ ବିପୁଳ ପରିମାଣର ଟଙ୍କା ପାଇଲେ ।

    ବିପୁଳ ପରିମାଣର ଟଙ୍କା ମିଳିବା ପରେ ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣା ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସିଜେଆଇ ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ ଏବଂ କଲେଜିୟମର ଏକ ବୈଠକ ଡକାଇଥିଲେ । କଲେଜିୟମ ଜଷ୍ଟିସ୍ ବର୍ମାଙ୍କୁ ତୁରନ୍ତ ଟ୍ରାନ୍ସଫର କରିବାକୁ ନିଷ୍ପତ୍ତି ନେଇଥିଲା । ତାଙ୍କୁ ତାଙ୍କର ମୂଳ ଆହ୍ଲାବାଦ ହାଇକୋର୍ଟକୁ ପଠାଯାଇଛି । ପ୍ରକୃତରେ ଜଷ୍ଟିସ୍ ବର୍ମା ଅକ୍ଟୋବର ୨୦୨୧ରେ ଆହ୍ଲାବାଦ ହାଇକୋର୍ଟରୁ ଦିଲ୍ଲୀ ହାଇକୋର୍ଟକୁ ଆସିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ