Saturday, July 27, 2024
24.5 C
Odisha

    ହାର୍ଟକୁ ସୁସ୍ଥ ରଖିବାର କିଛି ଉପାୟ

    ଆଗକୁ ପଢନ୍ତୁ

    ନିୟମିତ ଚାଲିବା ଓ ସାଇକେଲିଂ କରିବା ଦ୍ୱାରା ହାର୍ଟ ସଂପର୍କିତ ରୋଗରୁ ମୁକ୍ତି ମିଳିବହା ସହିତ ଜଡ଼ିତ ରୋଗ ଖୁବ୍ ମାରାତ୍ମକ । ହାର୍ଟକୁ ସୁସ୍ଥ ରଖିବାକୁ ଡ଼ାକ୍ତର ଅନେକ ପରାମର୍ଶ ଦିଅନ୍ତି । ନିକଟରେ କରାଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି ଯେ, ନିୟମିତ ଚାଲିବା ଓ ସାଇକେଲିଂ କରିବା ଦ୍ବାରା ହାର୍ଟ ସଂପର୍କିତ ରୋଗରୁ ମୁକ୍ତି ମିଳିବ । ଏହା କରିବା ଦ୍ୱାରା କେବଳ ହାର୍ଟ ନୁହେଁ, ଶରୀର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗର ମଧ୍ୟ ଏକ୍ସରସାଇଜ୍ ହୋଇଥାଏ । European Journal of Preventive Cardiologyରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଯେଉଁ ପରିବାରେ ମହିଳା ଓ ପୁରୁଷ ନିୟମିତ ସାଇକେଲିଂ ଓ ପାଦରେ ଚାଲିବା ଅଭ୍ୟାସ ଜାରି ରଖୁଛନ୍ତି । ସେମାନଙ୍କୁ ହାର୍ଟ ସଂପର୍କିତ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।

    ଅଫିସ ହେଉ କି ମାର୍କେଟ୍ ସବୁ ସମୟରେ ଭେଇକିଲର ବ୍ୟବହାର ଆବଶ୍ୟକ ନୁହେଁ । ଶରୀରକୁ ଆକ୍ଟିଭ୍ ରଖିବା ପାଇଁ ପାଦରେ କିମ୍ବା ସାଇକେଲରେ ଚାଲିବା ଅଭ୍ୟାସ ଜାରି ରଖନ୍ତୁ । କାରଣ ବ୍ୟାୟାମ ନକରିବା, ଓବେସିଟି( ମେଦବହୁଳତା), ଡାଇବେଟିସ୍, ମାଦକ ଦ୍ରବ୍ୟ ସେବନ ଆଦି ହୃଦୟ ସଂପର୍କିତ ରୋଗର କାରଣ

    ଚାଲିବାର ଫାଇଦା

    – ନିୟମିତ ଚାଲିବା ଅଭ୍ୟାସ ଜାରି ରଖିଲେ, ଅନେକ ରୋଗରୁ ଆପଣଙ୍କୁ ମିଳିବ ଫାଇଦା । ଆଣ୍ଠୁ,ଗଣ୍ଠି ସମସ୍ୟା,ମାନସିକ ଅବସାଦ ବା Stress, ମୋଟାପା ଆଦି ନିୟନ୍ତ୍ରଣରେ ରହିଥାଏ ।

    – ନିୟମିତ ଚାଲିଲେ ପୁରୁଣା ରୋଗ ମଧ୍ୟ ଭଲ ହୋଇଥାଏ ।
    – ବ୍ଲଡ଼ ପ୍ରେସର ଓ ଡ଼ାଇବେଟିସ୍-2 ଆଶଙ୍କା ନଥାଏ ।
    – ବିଭିନ୍ନ ବ୍ୟକ୍ତିଙ୍କ ଶାରୀରିକ କ୍ଷମତା ଭିନ୍ନ ଭିନ୍ନ ଅଟେ ।ତେଣୁ ଶରୀରର ସାମର୍ଥ୍ୟ ଅନୁସାରେ ଜୋର୍ କିମ୍ବା ଧୀରେ ଧୀରେ ଚାଲନ୍ତୁ ।

    ସାଇକେଲିଂର ଫାଇଦା
    – ସାଇକେଲିଂରେ ପାଦ ଓ ହାତର ଏକ୍ସରସାଇଜ୍ ଅଧିକ ହୋଇଥାଏ ।
    – ଅସ୍ଥିମଜ୍ଜା ଓ ମାଂସପେଶୀ ମଜବୁତ ହୋଇଥାଏ ।
    – ଓଜନ କମ୍ କରିବାକୁ ଚାହୁଁଥିଲେ, ସାଇକେଲିଂ ଭଲ ଅଭ୍ୟାସ ।
    – ସାଇକେଲିଂ କେବଳ ଶାରିରୀକ ସ୍ତର ନୁହେଁ, ମାନସିକ ସ୍ଥିତିକୁ ମଧ୍ୟ ସନ୍ତୁଳନ ରଖେ ।
    – ସାଇକେଲିଂକୁ ରିଲିଜିଙ୍ଗ୍ ଏକ୍ସରସାଇଜ୍ କୁହାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ