Sunday, April 19, 2026
30.4 C
Odisha

    ୟୁକ୍ରେନର ଆଣବିକ ଶକ୍ତି କେନ୍ଦ୍ର ଉପରେ ରୁଷର ଆକ୍ରମଣ !

    ଆଗକୁ ପଢନ୍ତୁ

    କିବ୍ : ୟୁକ୍ରେନର ଚେର୍ନୋବିଲ ପରମାଣୁ ଶକ୍ତି କେନ୍ଦ୍ରର ଚତୁର୍ଥ ପାୱାର ୟୁନିଟ ଉପରେ ଡ୍ରୋନ ଆକ୍ରମଣ କରିଛି ରୁଷ । ଏ ନେଇ ଖୋଦ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଦାବି କରିଛନ୍ତି । ସେ କହିଛନ୍ତି ଯେ ଋଷିଆର ଡ୍ରୋନ ଚେର୍ନୋବିଲର ଅଚଳ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରି ବିଶ୍ୱ ପରମାଣୁ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ରୁଷିଆର ଏହି ଆକ୍ରମଣକୁ ବିଶେଷଜ୍ଞମାନେ ବିଶ୍ୱ ସୁରକ୍ଷା ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରୁଛନ୍ତି। ୟୁକ୍ରେନ, ୟୁରୋପ, ଆମେରିକା ଏବଂ ଅନ୍ୟାନ୍ୟ ଦେଶର ସହାୟତାରେ ଚେର୍ନୋବିଲ ଉପରେ ନିର୍ମିତ ଏହି ସ୍ୱତନ୍ତ୍ର ୟୁନିଟ୍ ତିଆରି କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ଥିଲା ବିକିରଣର ବିପଦକୁ ଏଡ଼ାଇବା ।ଜେଲେନସ୍କି ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରି ରୁଷ୍ ପରମାଣୁ ସ୍ଥଳଗୁଡ଼ିକୁ ଟାର୍ଗେଟ କରି ସମଗ୍ର ବିଶ୍ୱ ପାଇଁ ଘୋର ବିପଦ ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି ଆକ୍ରମଣ ବିଶ୍ୱ ସୁରକ୍ଷାକୁ ଦୁର୍ବଳ କରିପାରେ ଏବଂ ତୁରନ୍ତ ଏହାର ଜବାବ ଆବଶ୍ୟକ ବୋଲି ଜେଲେନସ୍କି ଗୁରୁତ୍ୱାରୋପ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.4 ° C
    30.4 °
    30.4 °
    46 %
    2.5kmh
    38 %
    Sun
    31 °
    Mon
    43 °
    Tue
    43 °
    Wed
    43 °
    Thu
    44 °

    ସମ୍ବନ୍ଧିତ