Thursday, April 30, 2026
30.2 C
Odisha

    ୟେମେନ ବିମାନ ବନ୍ଦର ଉପରେ ଆମେରିକାର ଆକ୍ରମଣ: ଦ୍ବିତୀୟ ଯୁଦ୍ଧପୋତ ମୁତୟନ

    ଆଗକୁ ପଢନ୍ତୁ

    ଦୋହା: ୟେମେନ ଉପରେ ଆମେରିକା ଜୋର୍‌ଦାର୍‌ ଆକ୍ରମଣ ଜାରି ରହିଛି। ଗତକାଲି ଠାରୁ ଆଜି ସୁଦ୍ଧା ୩୦ଟି ସ୍ଥାନକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଛି। ଆଜି ୟେମେନର କେନ୍ଦ୍ରାଞ୍ଚଳ  ମାରିବ୍‌ ଓ ହୋଦେଇଦା ସହରର ବିମାନବନ୍ଦର ଉପରେ ଆମେରିକାର ବୋମାବର୍ଷୀ ବିମାନ ଆକ୍ରମଣ କରିଛି। ୟେମେନର ସରକାରୀ ଖବର ସରବରାହ ସଂସ୍ଥା ସାବା ନିଉଜ୍‌ ପକ୍ଷରୁ ପ୍ରକାଶିତ ସୂଚନାନୁସାରେ, ଆଜି ଦିନରେ ଆମେରିକା ମଜ୍‌ଜାର ଉପରେ   ୫ ଥର ବିମାନ ଆକ୍ରମଣ କରିଛି। ଏହା ମଧ୍ୟରୁ ‌ହୋଦେଇଦା ବିମାନବନ୍ଦର ଉପରେ ତିନିଟି ଆକ୍ରମଣ ହୋଇଛି। ବିମାନବନ୍ଦରରେ ଥିବା କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଭଣ୍ଡାରଗୃହକୁ ପ୍ରମୁଖ ଟାର୍ଗେଟ୍‌ କରାଯାଇଛି। ସେହିଭଳି ଅଲ୍‌ ଖଥିବ୍‌ ଅଞ୍ଚଳର ନୌଘାଟି ଉପରେ ମଧ୍ୟ ଆକ୍ରମଣ ହୋଇଛି। ଏଥିରେ ହୁତି ନୌସେନାର କମାଣ୍ଡର ମନସୁର ଅଲ୍‌ ସାଦି ଆହତ ହୋଇଛନ୍ତି। ଅପରପକ୍ଷରେ, ଲୋହିତ ସାଗରରେ ମୁତୟନ ଥିବା ଆମେରିକାର ‌ହ୍ୟାରି ଏସ୍‌ ତୁର୍ମାନ୍‌ ଯୁଦ୍ଧପୋତକୁ ଆକ୍ରମଣ ନିମନ୍ତେ  ଆମେରିକାର ପ୍ରତିରକ୍ଷା ସଚିବ ପେଟେ ହେଗ୍‌ସେଥ୍‌ ନିର୍ଦ୍ଦେଶ ଦେଇଥିଲେ। ସମ୍ପ୍ରତି ପୂର୍ବ ଚୀନ ସାଗରରେ ଯୁଦ୍ଧାଭ୍ୟାସ କରୁଥିବା ଯୁଦ୍ଧଜାହାଜ କାର୍ଲ ଭିନ୍‌ସନକୁ ଏହି ଅଭିଯାନରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୫ରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ହୁତି ବିଦ୍ରୋହୀଙ୍କୁ ଚେତାବନୀ ଦେବାସହ ୟେମେନ ବିରୋଧରେ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ
    ନିମନ୍ତେ  ନିର୍ଦ୍ଦେଶ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    38 %
    0.5kmh
    12 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ