Saturday, October 3, 2026
29.5 C
Odisha

    ସରିଲା ପଶ୍ଚିମବଙ୍ଗ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ, ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ

    ଆଗକୁ ପଢନ୍ତୁ

    କୋଲକାତା: ସରିଲା ପଶ୍ଚିମବଙ୍ଗ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଅପରାହ୍ଣ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ ହୋଇଛି । ଇଭିଏମରେ ସିଲ୍ ହୋଇଯାଇଛି ନେତାଙ୍କ ଭାଗ୍ୟ। ଆସନ୍ତା ମେ ୪ରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର। ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୮ ଜିଲ୍ଲାର ୧୪୨ ଆସନରେ ପଡ଼ିଛି ଭୋଟ। ପ୍ରବଳ ଖରା ସତ୍ତ୍ବେ ଭୋଟରଙ୍କ ଭିତରେ ପ୍ରଥମ ପର୍ଯ୍ୟାୟର ଉତ୍ସାହ ଦେଖିବାକୁ ମିଳିଛି। ଛତା ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଇଛନ୍ତି ଲୋକ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୈଦାନରେ ଅଛନ୍ତି ୧୪୪୮ ପ୍ରାର୍ଥୀ। ଭବାନୀପୁର ଉପରେ ପୂରା ଦେଶର ନଜର ରହିଛି । ଏଠି ହାଇ ଭୋଲଟେଜ୍ ଲଢ଼େଇ। ଟିଏମସି ବସ୍ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବିଗ୍ ଫାଇଟ।

    ଆଜି ଭୋଟ ଦେବା ପରେ ବିଜୟ ସୂଚକ ଅଙ୍ଗୁଳି ଦେଖାଇଥିଲେ ଦିଦି। ବିଜେପି ବିରୋଧରେ ଗର୍ଜିଥିଲେ। ସାଂଘାତିକ ଅଭିଯୋଗ ଆଣିଛନ୍ତି ସିଆରପିଏଫ ଉପରେ। ଗତକାଲି ଠାରୁ ସିଆରପିଏଫ ଯବାନମାନେ ଟିଏମସି କର୍ମୀଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି। ସିଆରପି ବିରେଧରେ ବୁଥ କ୍ୟପଚର ଅଭିଯୋଗ ଆଣିଛନ୍ତି। କହିଛନ୍ତି, ରାଜ୍ୟ ପୋଲିସ କୌଣସି ବୁଥରେ ନାହାନ୍ତି। ସିଆରପିଏଫ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସୁରକ୍ଷା ଦେଉଛି। ସେମାନେ ଏଭଳି କରି ପାରିବ ନାହିଁ। ଏଭଳି ଗଣତନ୍ତ୍ର ଦେଖି ନଥିବା କହିଛନ୍ତି ମମତା। ଟିଏମସି ବିଜୟୀ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ