Tuesday, October 6, 2026
22.3 C
Odisha

    ୧୦୦ ବର୍ଷ ପରେ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ : ଏହି ରାଶିଙ୍କ ହଠାତ୍‌ ଚମକିବ ଭାଗ୍ୟ

    ଆଗକୁ ପଢନ୍ତୁ

    ହିନ୍ଦୁ ନବବର୍ଷରେ ଚଳିତ ବର୍ଷ ଦୁର୍ଲ୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଅନେକ ଗ୍ରହ ଏକାଠି ହୋଇ ଶୁଭଫଳ ପ୍ରଦାନ କରିବେ। ଏହି ଦୁର୍ଲ୍ଲଭ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ। ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ମୀନ ରାଶିରେ ବିରାଜମାନ ହେବେ। ଚଳିତ ବର୍ଷ ହିନ୍ଦୁ ନବବର୍ଷରେ ଏହି ଦୁର୍ଲ୍ଲଭ ସଂଯୋଗ ୧୦୦ ବର୍ଷ ପରେ ହେବାକୁ ଯାଉଛି। ଏହି ଦିନ ୫ଟି ଗ୍ରହ ଏକାଠି ହେବେ। ଏହି ଦିନ ଚନ୍ଦ୍ରମା, ଶନି, ବୁଧ, ରାହୁ ଓ ସୂର୍ଯ୍ୟ ମୀନ ରାଶିରେ ଏକାଠି ହେବେ। ଫଳରେ ବୁଦ୍ଧାଦିତ୍ୟ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଜାଣନ୍ତୁ କେଉଁ କେଉଁ ରାଶି –

    ମିଥୁନ- ଏହି ରାଶିଙ୍କ ପାଇଁ ଖୁବ୍‌ ଖାସ୍‌ ହିନ୍ଦୁ ନବବର୍ଷ । ଜୀବନରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ ।

    କନ୍ୟା- ହଠାତ୍‌ ଧନ ଲାଭ ହେବ । କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ । ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଟଙ୍କା ସଞ୍ଚୟ କରିବେ ।

    ମକର- କର୍ମକ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି । ସୁଖ-ସମୃଦ୍ଧି ବୃଦ୍ଧି ହେବ । ଦରମା ବୃଦ୍ଧି ହେବ । ଅନେକ ସଫଳତା ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ