Sunday, October 4, 2026
24.6 C
Odisha

    ୧୪୭ ବିଧାନସଭା ଆସନରେ ଲଢ଼ିବାକୁ କହୁଥିବା ବିଜେପି ୪୭ ଆସନ ପାଇଁ ବି ପ୍ରାର୍ଥୀ ପାଉନି : ସସ୍ମିତ ପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟର ୧୪୭ ବିଧାନସଭା ଆସନରେ ଲଢ଼ିବାକୁ କହୁଥିବା ବିଜେପି ୪୭ ଆସନ ପାଇଁ ବି ପ୍ରାର୍ଥୀ ପାଉନି। ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବିଧାନସଭା ପାଇଁ ପ୍ରାର୍ଥୀ ନେଇ ଅସହାୟ ହୋଇପଡିଛି ବିଜେପି। ଯାହାକୁ ନେଇ ଆଜି ବିଜେପିକୁ କଟାକ୍ଷ କରିଛନ୍ତି ବଜେଡି ସାଂସଦ ସସ୍ମିତ ପାତ୍ର। ବିଜେଡି ଓଡ଼ିଶାରେ ପ୍ରାର୍ଥୀ ପାଉ ନଥିବା କହି କଟାକ୍ଷ କରିଛନ୍ତି ସସ୍ମିତ । କହିଛନ୍ତି, ‘ଓଡ଼ିଶାରେ ପ୍ରାର୍ଥୀ ପାଉନି ବିଜେପି । ୧୪୭ ବିଧାନସଭା ଆସନରେ ଲଢ଼ିବାକୁ କହୁଥିବା ବିଜେପି ଏଯାଏଁ ୪୭ ପ୍ରାର୍ଥୀ ପାଉନି।
    ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ବିଜେପି ଅସହାୟ ହୋଇ ପଡିଛି। ବିଜେପିକୁ ୧୪୭ ବିଧାନସଭା ଆସନରେ ପ୍ରାର୍ଥୀ ମିଳୁନାହାନ୍ତି। ସେଥିପାଇଁ ସେମାନେ ଅନ୍ୟ ଦଳ ବିଶେଷକରି ବିଜେଡିରୁ ବଳି ପଡ଼ୁଥିବା ଅର୍ଥାତ୍ ଟିକଟ ପାଉନଥିବା ନେତାଙ୍କୁ ବୁଝେଇ ସୁଝେଇ ଦଳରେ ସାମିଲ କରୁଛନ୍ତି। ଦିଶାହୀନ ନେତୃତ୍ୱ, ଲକ୍ଷ୍ୟହୀନ ରାଜନୀତି, ସର୍ବୋପରି ବିକାଶକୁ ବିରୋଧ କରିବା କାରଣରୁ ଲୋକେ ବିଜେପିକୁ ବାରମ୍ବାର ମୁହଁ ମୋଡ଼ିଛନ୍ତି। ଦଳ ନୂଆ ନେତା ସୃଷ୍ଟି କରିବାରେ ବିଫଳ ହୋଇଛି। ଏପରିସ୍ଥଳେ ପରଘର ତିଅଣରେ ବିଜେପି ନିଜ ଘର କେତେଦିନ ଚଳେଇବ ବୋଲି ସସ୍ମିତ ପାତ୍ର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ