Sunday, October 18, 2026
23.2 C
Odisha

    ଆଶ୍ଚର୍ଯ୍ୟ; ଆଣ୍ଟାର୍କଟିକାରେ ଚାକିରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଣ୍ଟାର୍କଟିକା ଏମିତି ଏକ ସ୍ଥାନ, ଯୁଆଡ଼େ ଚାହିଁବ କେବଳ ବରଫ ହିଁ ବରଫ। ଏଭଳି ସ୍ଥାନରେ ଜୀବନଧାରଣ କରିବା ସହଜ ନଥିବା ବେଳେ ଏବେ ଏଠାରେ ଯେଉଁ ଚାକିରି ବାହାରିଛି, ତାହା ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି। ଏଠାକାର ଲୋକପ୍ରିୟ ପେଙ୍ଗୁଇନ୍‌ ପୋଷ୍ଟ ଅଫିସ୍‌ ପାଇଁ ଚାକିରି ବାହାରିଛି। ଏଠାରେ ଚାକିରି କରିବା ଲୋକଙ୍କୁ ପେଙ୍ଗୁଇନ୍‌ଙ୍କ ଗହଣରେ ରହିବାକୁ ହେବ। ତା’ସହ ସପ୍ତାହକୁ କର୍ମଚାରୀଙ୍କୁ ଥରୁଟିଏ ଗାଧୋଇବାକୁ ହେବ। କାରଣ ଏଭଳି ଏକ ଥଣ୍ଡା ସ୍ଥାନରେ ନିତିଦିନ ଗାଧୋଇବା ସମ୍ଭବ ନୁହେଁ। ତେବେ ପାଣିପାଗ ଖରାପ ଥିଲେ ଦୁଇ ସପ୍ତାହକୁ ଥରେ ଗାଧୋଇ ପାରିବେ। ତେବେ ଏହି ପଦ ପାଇଁ କେବଳ ବ୍ରିଟେନ ନିବାସୀ ଆବେଦନ କରିପାରିବେ। ଏଠାରେ ନିୟୋଜିତ କର୍ମଚାରୀଙ୍କୁ ୧୮ ହଜାର କ୍ରୁଜ୍ ଯାତ୍ରୀଙ୍କୁ ସ୍ବାଗତ କରିବାକୁ ହେବ। ତା’ସହ କର୍ମଚାରୀଙ୍କୁ ୮୦ ହଜାର ଚିଠି ଓ ପୋଷ୍ଟକାର୍ଡଗୁଡ଼ିକୁ ବାଣ୍ଟିବା ସହ ଗିଫ୍ଟ ସପ୍‌ଗୁଡ଼ିକରେ କାମ କରିବାକୁ ହେବ। ସବୁଠୁ ବଡ଼ କଥା ହେଉଛି, ଏଠାରେ କର୍ମଚାରୀଙ୍କୁ ପ୍ରତିକୂଳ ପରିସ୍ଥିତିରେ ବି ଖୁସି ରହିବାକୁ ପଡ଼ିବ। ଅନ୍ୟପଟେ ପ୍ରତିବର୍ଷ ଆଣ୍ଟାର୍କଟିକା ହେରିଟେଜ ଟ୍ରଷ୍ଟ ପାଇଁ ନିଯୁକ୍ତି ବାହାରିଥାଏ। ଏ ଲାଗି ବହୁତ ସଂଖ୍ୟକ ଲୋକ ଆବେଦନ କରିଥାନ୍ତି। ଏଥର ତିନିଟି ପଦ ପାଇଁ ବିଜ୍ଞାପନ ବାହାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ