Friday, September 11, 2026
27.1 C
Odisha

    ୩୮ତମ ଜାତୀୟ କ୍ରୀଡ଼ାରୁ ୧୪ ସ୍ବର୍ଣ୍ଣ ସମେତ ୪୬ଟି ପଦକ ଆଣିଲେ ଓଡ଼ିଆ ଖେଳାଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ୩୮ତମ ଜାତୀୟ କ୍ରୀଡ଼ାରୁ ଓଡ଼ିଶାର କ୍ରୀଡ଼ାବିତମାନେ ୪୬ଟି ପଦକ ହାସଲ କରିଛନ୍ତି। ଏଥିମଧ୍ୟରୁ ୧୪ଟି ସ୍ବର୍ଣ୍ଣ ପଦକ, ୧୫ଟି ରୌପ୍ୟ ପଦକ ଏବଂ ୧୭ଟି କାଂସ୍ୟ ପଦକ ରହିଛି। ନ୍ୟାସନାଲ ଗେମ୍‌ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା ୧୨ତମ ସ୍ଥାନ ହାସଲ କରିଛି। ଏଥିସହ ଓଡ଼ିଶା ଟପ୍ ୧୫ରେ ମଧ୍ୟ ସ୍ଥାନ ପାଇଛି।

    ୩୮ତମ ନ୍ୟାସନାଲ ଗେମ୍ସରେ କ୍ରୀଡ଼ାବିତମାନଙ୍କ ଉଲ୍ଲେଖନୀୟ ସଫଳତା ସମ୍ବନ୍ଧରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଚଳିତ ବର୍ଷ ଜାତୀୟ କ୍ରୀଡ଼ାରେ ଓଡ଼ିଶା ଟପ୍ ୧୫ରେ ସ୍ଥାନ ପାଇଛି। ଓଡ଼ିଶାକୁ ଏଥର ସର୍ବମୋଟ ୪୬ଟି ପଦକ ଏବଂ ୧୪ଟି ସ୍ବର୍ଣ୍ଣ ପଦକ ମିଳିଛି। ମୁଁ ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏଥିସହ ସଫଳ କ୍ରୀଡ଼ାବିତମାନଙ୍କୁ ସରକାରଙ୍କ ତରଫରୁ ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଆମ କ୍ରୀଡ଼ାବିତମାନେ ହେଲେ ଆମ ଗର୍ବ ଓ ଗୌରବ। ନ୍ୟାସନାଲ ଗେମ୍ସରେ ଉଲ୍ଲେଖନୀୟ ସଫଳତା ପାଇଁ ଆମେ ସମସ୍ତେ ଆଜି ଗର୍ବିତ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।

    ସୂଚନାଯୋଗ୍ୟ ଯେ, ୩୮ତମ ନ୍ୟାସନାଲ ଗେମ୍ସରେ ଓଡ଼ିଶାରୁ ୩୦୨ଜଣ ଆଥଲିଟ ଓ ୭୫ ଜଣ ସପୋର୍ଟ ଷ୍ଟାଫ୍ ଯୋଗଦେଇଥିଲେ। ଓଡ଼ିଶାର ଧାବକ ଅନିମେଷ କୁଜୁରଙ୍କୁ ୩ଟି ସ୍ବର୍ଣ୍ଣ, ଜିମନାଷ୍ଟିକ କ୍ରୀଡ଼ାବିତ ରାକେଶ ପାତ୍ରଙ୍କୁ ୨ଟି ସ୍ବର୍ଣ୍ଣ, ଜିମନାଷ୍ଟିକ କ୍ରୀଡ଼ାବିତ ପ୍ରଣତୀ ନାୟକଙ୍କୁ ୧ଟି ସ୍ବର୍ଣ୍ଣ, ୧ଟି ରୌପ୍ୟ ଓ ୨ଟି କାଂସ୍ୟ, ସାଇକ୍ଲିଷ୍ଟ ସ୍ବସ୍ତି ସିଂଙ୍କୁ ୧ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ମିଳିଛି। ଏଥିସହ ବିଭିନ୍ନ ବର୍ଗରେ ଓଡ଼ିଶାର କ୍ରୀଡ଼ାବିତମାନେ ନୂତନ ନ୍ୟାସନାଲ ଗେମ୍ସ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.1 ° C
    27.1 °
    27.1 °
    86 %
    3.2kmh
    94 %
    Fri
    28 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ