Friday, September 4, 2026
22.7 C
Odisha

    BCCIର ଗୁରୁତ୍ୱପୂର୍ଣ୍ଣ ବୈଠକ, ଟିମ୍ ଇଣ୍ଡିଆର ଭବିଷ୍ୟତ ନେଇ ଆଲୋଚନା

    ଆଗକୁ ପଢନ୍ତୁ

    ମୁମ୍ବାଇ : ଆଜି BCCIର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଗିଲ୍ , ଗମ୍ଭୀର, ଲକ୍ଷ୍ମଣ ଓ ଅଗରକରଙ୍କ ସହ ହେବ ଟିମ୍ ଇଣ୍ଡିଆର ଭବିଷ୍ୟତ ନେଇ ଆଲୋଚନା କରାଯିବ । ଭାରତୀୟ କ୍ରିକେଟ୍ ଦଳର ପ୍ରଦର୍ଶନ, ଖେଳାଳିଙ୍କ ଫିଟନେସ୍ ଓ ଆଗାମୀ ଦିନର ରୋଡମ୍ୟାପ୍ କୁ ନେଇ ଆଜି BCCIର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । BCCI ସଚିବ ଦେବଜିତ୍ ସାଇକିଆ ଏହି ବୈଠକ ଡାକିଛନ୍ତି । ବୈଠକରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ୍ , ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଭିଭିଏସ୍ ଲକ୍ଷ୍ମଣ ଏବଂ ଚୟନ କମିଟି ଅଧ୍ୟକ୍ଷ ଅଜିତ୍ ଅଗରକର ଯୋଗ ଦେବେ ।

    ଭାରତୀୟ କ୍ରିକେଟର ଆଗାମୀ ଯୋଜନାକୁ ନେଇ BCCIର ଏହି ବୈଠକକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ବିଶେଷ କରି ଭାରତୀୟ ଦଳର ସାମ୍ପ୍ରତିକ ପ୍ରଦର୍ଶନର ସମୀକ୍ଷା ବୈଠକରେ ହୋଇପାରେ । ଦଳ କେଉଁ କ୍ଷେତ୍ରରେ ପଛରେ ପଡ଼ୁଛି, ଚୟନ ଓ ପ୍ରସ୍ତୁତିରେ କେଉଁଠି ପରିବର୍ତ୍ତନ ଆବଶ୍ୟକ ଏବଂ ଆଗାମୀ ସିରିଜ୍ ଗୁଡ଼ିକ ପାଇଁ କିଭଳି ଯୋଜନା କରାଯିବ, ସେସବୁ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହାସହ ଖେଳାଳିଙ୍କ ବାରମ୍ବାର ଆହତ ହେବା ଏବଂ ଫିଟନେସ୍ ସମସ୍ୟା ମଧ୍ୟ ବୈଠକର ଏକ ପ୍ରମୁଖ ପ୍ରସଙ୍ଗ ହୋଇପାରେ ।

    ଖେଳାଳିଙ୍କ ଆହତ ସମସ୍ୟାର ପରିଚାଳନା, ପୁନର୍ବାସ ଏବଂ ଦଳକୁ ଫେରିବା ପ୍ରକ୍ରିୟାରେ BCCIର ସେଣ୍ଟର ଅଫ୍ ଏକ୍ସିଲେନ୍ସ, ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଅଧିକ ସମନ୍ୱୟ ଉପରେ ଆଲୋଚନା ହୋଇପାରେ । ଆଗକୁ ୨୦୨୭ ଦିନିକିଆ ବିଶ୍ୱକପ୍ ଥିବାରୁ ଏବେଠାରୁ ଭାରତୀୟ ଦଳର ମୂଳ ଢାଞ୍ଚା ପ୍ରସ୍ତୁତ କରିବା ଉପରେ ମଧ୍ୟ BCCIର ନଜର ରହିଛି । ଖେଳାଳିଙ୍କ ୱାର୍କଲୋଡ୍ ମ୍ୟାନେଜମେଣ୍ଟ, ଫିଟନେସ୍, ଦଳ ଚୟନ ଏବଂ ବିଶ୍ୱକପ୍ ପାଇଁ ସମ୍ଭାବ୍ୟ କୋର୍ ଟିମ୍ କୁ ନେଇ ବୈଠକରେ ମତ ବିନିମୟ ହୋଇପାରେ ।

    ଏହାରି ଭିତରେ ବିସିସିଆଇ ଏସିଆନ ଗେମ୍ସ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ମୁଖ୍ୟ କୋଚ୍ ଦାୟିତ୍ବ ଦେଇଛି । ଏସିଆନ୍ସ ଗେମ୍ସ ପାଇଁ ଟିମ୍ ଘୋଷଣା ହୋଇସାରିଛି । ଅଧିନାୟକ ଶ୍ରେୟସ ଆୟର ଟିମର ଅଧିନାୟକ ଦାୟିତ୍ବ ଦେଇଛନ୍ତି । ଖେଳାଳିଙ୍କ ଫିଟନେସକୁ ଧ୍ୟାନରେ ରଖି ସ୍କ୍ବାଡରେ ପରିବର୍ତ୍ତନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    88 %
    1.1kmh
    96 %
    Thu
    22 °
    Fri
    29 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ