Wednesday, September 16, 2026
23.9 C
Odisha

    ୪ ତାରିଖରେ ବ୍ୟାଙ୍କକ୍‌ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବେ ଅଫ୍‌ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ(ବିମଷ୍ଟେକ) ଶିଖର ସମ୍ମେଳନ ଆସନ୍ତା ୪ ତାରିଖରୁ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆୟୋଜିତ ହେବ। ଏହି ସମ୍ମିଳନୀ ପୂର୍ବରୁ ୨ ତାରିଖରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଏବଂ ୩ ତାରିଖରେ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସମ୍ମିଳନୀରେ ସାମିଲ ହେବା ଲାଗି ଆସନ୍ତାକାଲି ବ୍ୟାଙ୍କକ ଗସ୍ତରେ ଯିବେ। ପୂର୍ବ ସମ୍ମିଳନୀ ୨୦୨୨ ମାର୍ଚ୍ଚ ୩୦ରେ କଲୋମ୍ବୋରେ ଆୟୋଜିତ ହୋଇଥିଲା। ୩ ବର୍ଷ ପରେ ହେବାକୁ ଥିବା ଏହି ସମ୍ମିଳନୀର ଚଳିତ ବିଷୟବସ୍ତୁ ରହିଛି ‘ସମୃଦ୍ଧ, ସ୍ଥିର ଏବଂ ମୁକ୍ତ ବିମଷ୍ଟେକ’, ଯାହା ଆଞ୍ଚଳିକ ଏକତ୍ରୀକରଣ ଏବଂ ଆର୍ଥିକ ସହଯୋଗ ପାଇଁ ଏହି ମଞ୍ଚର ପ୍ରତିବଦ୍ଧତାକୁ ଦର୍ଶାଉଛି। ବିମଷ୍ଟେକରେ ୭ଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି। ଏହି ଦେଶଗୁଡ଼ିକ ହେଉଛି ବାଂଲାଦେଶ, ଭୁଟାନ, ଭାରତ, ମ୍ୟାନମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    86 %
    1.1kmh
    31 %
    Wed
    31 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ