Tuesday, September 29, 2026
22.7 C
Odisha

    ଅଜଣା ଗାଡ଼ି ଧକ୍କାରେ ୨ ମୃତ

    ଆଗକୁ ପଢନ୍ତୁ

    ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

    ସୂଚନା ମୁତାବକ ତେଲିବନ୍ଧ ଛକ ନିକଟରେ ଆଜି ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍‌କୁ ପଛପଟୁ କୌଣସି ଏକ ଅଜଣା ଗାଡ଼ି ଜୋରରେ ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, କାର୍‌ରେ ଥିବା ଦୁଇ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ଅଜଣା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ବୌଦ୍ଧ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ, ପୁଲିସ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ