Monday, October 19, 2026
21.6 C
Odisha

    ଭୁବନେଶ୍ୱର ୟୁନିଟ-୧ ହାଟର ଭୟଙ୍କର ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜଧାନୀରେ ସୋମବାର ବିଳମ୍ବିିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୟୁନିଟ-୧ ହାଟର ୫୦ରୁ ଅଧିକ ଦୋକାନ ଘର ଜଳିପୋଡି ଛାରଖାର ହୋଇଯାଇଛି। ଏଥିରେ କୋଟିକୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ଲାଗି ୮ରୁ ଅଧିକ ଅଗ୍ନିଶମ ଗାଡ଼ି ଓ ଶତାଧିକ କର୍ମଚାରୀ ନୟାନ୍ତ ହେବା ସହ ବିଫଳ ହୋଇଥିଲେ। ଯେତେ ପାଣିମାଡ଼ କଲେ ମଧ୍ୟ ନିଆଁର ପ୍ରଖରତା ଥମି ନଥିଲା। ନିଆଁ ଏତେ ତୀବ୍ର ରହିଥିଲା ଯେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଶେଷରେ ରୋବଟ୍‌ ସହାୟତାରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା। ଦମକଳ ବାହିନୀର ଗୋଟିଏ ପରେ ଗୋଟିଏ ଗାଡ଼ି ପାଣି ବୋହିବାରେ ଲାଗିଥିଲା। କେତେକ ବଡ଼ବଡ଼ ଗଛ ମଧ୍ୟ ନିଆଁରେ ଜଳିଯାଇଛି।

    ରାତି ପ୍ରାୟ ସାଢ଼େ ୧ଟାରେ ୟୁନିଟ୍‌-୧ ମାର୍କେଟର କ୍ୟାପିଟାଲ ଥାନା ପାଚେରିକୁ ଲାଗିଥିବା ଦୋକାନରୁ ନିଆଁ ଆରମ୍ଭ ହୋଇଥିଲା। ଚାହୁଁ ଚାହୁଁ ନିଆଁ ଆଖପାଖରେ ଥିବା ଦୋକାନଗୁଡ଼ିକୁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚିଥିଲା। ହେଲେ ଦୋକାନରେ ଥିବା ଶୁଖିଲା ସାମଗ୍ରୀ (ଜରିପାଲ, ପ୍ଲାଷ୍ଟିକ ରଶି, ବାଉଁଶ ତାଟି) ହୁତୁହୁତୁ ହୋଇ ଜଳିଥିଲା। ଦୋକାନ ଗୁଡ଼ିକରେ ଥିବା ଗ୍ୟାସ୍‌ ଟାଙ୍କି ଫାଟିବା ଯୋଗୁ ନିଆଁକୁ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି କରିଥିଲା। ନିଆଁକୁ ନିୟନ୍ତ୍ରଣ କରିବା ଲାଗି ରାସ୍ତା ପାର୍ଶ୍ବ ଓ ଭିତର ପଟରୁ ମଧ୍ୟ ପାଣିମାଡ଼ କରାଯାଇଥିଲା। ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଗ୍ନିଶମ ବାହିନୀକୁ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ବିଳମ୍ବିତ ରାତି ୨ଟା ୩୬ ମିନିଟ୍‌ରେ ନିଆଁକୁ ଆୟତ୍ତ କରାଯାଇଥିଲା। ହାଟ ନିକଟ ଅଞ୍ଚଳ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ତେବେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ କିମ୍ବା ଅନ୍ୟ କୌଣସି କାରଣରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ