Monday, September 28, 2026
23.6 C
Odisha

    ଅଜବ ହେଲେ ବି ସତ: ପ୍ରସବ କଲେ ଦଶମ ଛାତ୍ରୀ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଘଟଣା ଅନୁଯାୟୀ ସ୍ଥାନୀୟ ଏକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରୀ ଜଣକ ବର୍ତ୍ତମାନ ଦଶମ ପରୀକ୍ଷା ଦେଉଛନ୍ତି। ଗତକାଲି ମଧ୍ୟ ସେ ଇଂରାଜୀ ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ବାପା କହିଛନ୍ତି। ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତମର ଝିଅ ଦିଶୁନାହିଁ କହିଥିଲେ। ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମାଆ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ସେମାନେ ଏକ ବଡ଼ ଘଟଣା ଘଟିଥିବା କହିଥିଲେ। ତୁମ ଝିଅ ଏକ ଛୁଆ ଜନ୍ମ କରିଛି। ଏହି କଥା ଶୁଣି ବାପାଙ୍କ ମୁଣ୍ଡ ଘୁରାଇ ଯାଇଥିଲା। ମେଡ଼ିକାଲ ଆସି ପରିବାର ଲୋକେ ଦେଖିଥିଲେ। ବାପାଙ୍କ କହିବା ଅନୁଯାୟୀ ଝିଅ ଘରକୁ ଆସିନାହିଁ। ସେ ହଷ୍ଟେଲରେ ରହି ପାଠ ପଢୁଥିଲା। ଝିଅ ସହ ପରୀକ୍ଷା ପୂର୍ବରୁ କଥା ହୋଇଥିଲି। ସେଭଳି କୌଣସି ଝିଅ କହି ନଥିଲା କି ମୁ ଜାଣିପାରିନଥିଲି। ତେବେ ଝିଅ କିପରି ଗର୍ବବତୀ ହେଲା ସେ କିଛି ଜାଣି ନଥିବା ବେଳେ ଏହାର ପ୍ରଶାସନ ତଦନ୍ତ କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି।

    ତେବେ ସ୍କୁଲ କର୍ତ୍ତୃପକ୍ଷ କିପରି ଛାତ୍ରୀ ଗର୍ଭବତୀ ଥିବା ଜାଣିପାରିନଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି ପ୍ରତି ମାସରେ ଏଏନଏମ ଆସି ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି। ସେ ବି କିପରି ଜାଣି ପାରିଲେ ନାହିଁ, ତାକୁ ନେଇ ବି ପ୍ରଶ୍ନ ଉଠିଛି। ଅନ୍ୟ ଦିଗରେ ସ୍କୁଲ ର ପ୍ରଧାନ ଶିକ୍ଷକ ଛାତ୍ରୀ ବିଦ୍ୟାଳୟ ଆସିନଥିବା ଅଭିଯୋଗ କରିଛନ୍ତି। ତେବେ କିଏ ସତ କହୁଛି ତଦନ୍ତ ହେଲେ ସବୁ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ