Wednesday, April 1, 2026
38.4 C
Odisha

    ଅଜିତ୍ ପୱାରଙ୍କ ସ୍ତ୍ରୀ ସୁନେତ୍ରା ହେବେ ଉପମୁଖ୍ୟମନ୍ତ୍ରୀ !

    ଆଗକୁ ପଢନ୍ତୁ

    ମୁମ୍ବାଇ : ବିମାନ ଦୁର୍ଘଟଣାରେ ଏନସିପି ମୁଖ୍ୟ ଅଜିତ୍ ପୱାରଙ୍କ ଅକାଳ ମୃତ୍ୟୁ ପରେ ଦଳରେ କ୍ଷମତା କନ୍ଦଳ ଆରମ୍ଭ ହୋଇଛି। ବିଶେଷକରି ଅଜିତଙ୍କ ସ୍ଥାନରେ ମହାରାଷ୍ଟ୍ର ସରକାରରେ କିଏ ଉପମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଦଳରେ ଛକାପଞ୍ଝା ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଦଳର ବରିଷ୍ଠ ନେତା ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ସୁନୀଲ ଟାଟ୍‌କରେଙ୍କ ଭଳି ନେତା ଆଶାୟୀ ଅଛନ୍ତି। ମାତ୍ର ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନରହରି ଜିରୱାଲ କହିଛନ୍ତି ଲୋକେ ଅଜିତଙ୍କ ପତ୍ନୀ ସୁନେତ୍ରା ପୱାରଙ୍କୁ ରାଜ୍ୟ ସରକାର ସାମିଲ କରିବାକୁ ଚାହୁଁଛନ୍ତି। ତେଣୁ ଉପମୁଖ୍ୟମନ୍ତ୍ରୀ ପଦ ଲାଗି ସୁନେତ୍ରାଙ୍କ ନାମ ପ୍ରସ୍ତାବ ଦିଆଯିବ। ସୁନେତ୍ରା ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ରାଜ୍ୟ ସରକାରକୁ ଆସିବା ପରେ ସେ ଅଜିତଙ୍କ ଆସନରେ ଉପନିର୍ବାଚନ ଲଢିବେ। ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ସମ୍ପର୍କରେ ଏନସିପି ନେତାମାନେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଭେଟି ବିଧିବଦ୍ଧ ପ୍ରସ୍ତାବ ଦେବେ। ଅଜିତଙ୍କର ଦୁଇ ପୁଅ ଅଛନ୍ତି। ମାତ୍ର ସେମାନେ ରାଜନୀତିରେ ପରିପକ୍ବ ନୁହଁନ୍ତି।

    ପ୍ରଫୁଲ ପଟେଲ ଏବେ ଏନସିପିର କାର୍ଯ୍ୟକାରୀ ସଭାପତି ଥିବାରୁ ଆଗାମୀ ଦିନରେ ସେ ଦଳର ସମ୍ପୂର୍ଣ୍ଣ ନେତୃତ୍ବ ନେବାର ସମ୍ଭାବନା ରହିଛି। ଦ୍ବିତୀୟରେ ସୁନୀଲ ଟାଟ୍‌କରେ ମହାରାଷ୍ଟ୍ର ରାଜ୍ୟ ସଭାପତି ଥିବାରୁ ସେ ମଧ୍ୟ ଦଳର ନେତୃତ୍ବ ପାଇଁ ଆଶାୟୀ ରହିବା ସ୍ବାଭାବିକ। ଅଜିତ ପୱାରଙ୍କ ଅତ୍ୟନ୍ତ ବିଶ୍ବସ୍ତ ଭାବେ ଜଣାଶୁଣା ଅନ୍ୟତମ ନେତା ପ୍ରମୋଦ ହିନ୍ଦୁରାଓ କହିଛନ୍ତି ଯେ ସୁନେତ୍ରା ଦଳର ନେତୃତ୍ବ ନେବା ଉଚିତ୍। ଦଳର ନେତୃତ୍ବ ବିବାଦ ତୁଟିବା ପରେ ଶରଦ ପୱାରଙ୍କ ନେତୃତ୍ବାଧୀନ ଏନସିପି (ଏସ୍‌ପି) ସହିତ ଏନସିପିର ବିଲୀନ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ବୋଲି ନରହରି କହିଛନ୍ତି। ରାଜ୍ୟ ମହାନଗର ନିଗମ ନିର୍ବାଚନ ସମୟରେ ଅଜିତ ଏନସିପିର ଦୁଇଗୋଷ୍ଠୀର ମିଳନ କରିବା ସମ୍ପର୍କରେ ଶରଦଙ୍କ ସହ ଆଲୋଚନା କରିଆସୁଥିଲେ ବୋଲି କୁହାଯାଇଛି। ଦେବେନ୍ଦ୍ର ଫଡନବିସରଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ରର ମହାୟୁତି ମେଣ୍ଟ ସରକାରରେ ଏନସିପି ଏକ ଅଂଶୀଦାର ଦଳ। ଅଶୀଦାର ଦଳ ଭାବେ ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା। ଅନ୍ୟତମ ଅଂଶୀଦାର ଦଳ ଶିବସେନା ପକ୍ଷରୁ ଏକନାଥ ସିନ୍ଧେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ