ବଲିଉଡ ସୁପରଷ୍ଟାର ସଲମାନ ଖାନ ସୋସିଆଲ ମିଡିଆରେ ସବୁବେଳେ ସୁପର ଆକ୍ଟିଭ ଥାଆନ୍ତି । ସଲମାନ ନିଜର ପୋଷ୍ଟ ଜରିଆରେ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି । ସଲମାନ ସୋସିଆଲ ମିଡିଆରେ ନୂଆ ପୋଷ୍ଟ ସେୟାର କରିଛନ୍ତି । ଦବଙ୍ଗ ଖାନ ଶୁକ୍ରବାର ବିଳମ୍ବିତ ରାତିରେ ସ୍ପେଶାଲ ଲୋକଙ୍କ ସହିତ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବଡ଼ ଭାଇ ବୋଲି କହିଛନ୍ତି ।
ସଲମାନ ଖାନ ଇନଷ୍ଟାଗ୍ରାମରେ ସଂଜୟ ଦତ୍ତଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଦୁହେଁ କଳା ରଙ୍ଗର ଆଉଟ୍ ଫିଟରେ ନଜର ଆସିଛନ୍ତି । ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିବା ମଧ୍ୟ ନଜର ଆସିଛନ୍ତି । ଏହାର କ୍ୟାପସନରେ ସଲମାନ ଲେଖିଛନ୍ତି, ବାବା ଫରଏଭର ବାବ ଏବଂ ବାବା, ବାବା କେବଳ ଜଣେ । ସଂଜୁ ବାବା ହେଉଛନ୍ତି ଆମ ସମସ୍ତଙ୍କ ବାବା ଏବଂ ସଂଜୁ ବାବା ଏବେ ନିଜ ପିଲାଙ୍କ ବାବା, ମୋର ବଡ଼ ଭାଇ ସଂଜୟ ଦତ୍ତ, ଅଲ୍ଲା, ଭଗବାନ, ଜିସସ ସମସ୍ତଙ୍କୁ ଖୁସିରେ ରଖନ୍ତୁ । ଆଇ ଲଭ୍ ୟୁ ବାବା ।
ସଲମାନଙ୍କ ଫଟୋ ଏବଂ କ୍ୟାପସନରେ ତାଙ୍କ ପ୍ରତି କେତେ ଭଲ ପାଇବା ତାହା ଜଣାପଡୁଛି । ସଂଜୟ ଦତ୍ତ ମଧ୍ୟ ଅନେକ ଥର ସଲମାନ ଏବଂ ତାଙ୍କ ବନ୍ଧୁତାକୁ ନେଇ କହିସାରିଛନ୍ତି । ଦୁହେଁ ବଲିଉଡ ଇଣ୍ଡଷ୍ଟ୍ରୀରେ ପରସ୍ପରର ଅତି ଘନିଷ୍ଠ ବନ୍ଧୁ ।
ସଂଜୟ ଦତ୍ତ ଏବଂ ସଲମାନ ଖାନଙ୍କ ଫଟୋ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି । ୟୁଜର୍ସ ଦୁହିଁଙ୍କ ଫଟୋ ଦେଖି କମେଣ୍ଟ କରିଛନ୍ତି । ଅନେକ ୟୁଜର୍ସ ବିଭିନ୍ନ ପ୍ରକାରର ଇମୋଜି ଦେଇଛନ୍ତି । ସଲମାନ ଏବଂ ସଂଜୟ ଦତ୍ତ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ଚଲ୍ ମେରେ ଭାଇ ଏବଂ ସାଜନ ଭଳି ଫିଲ୍ମ ରହିଛି । ଦୁଇଟି ଯାକ ଫିଲ୍ମରେ ସଲମାନ ଏବଂ ସଂଜୟଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରାଯାଇଛି ।
