Thursday, October 1, 2026
30.6 C
Odisha

    ମଧ୍ୟାହ୍ନଭୋଜନରେ ମିଳିବ ଚିକେନ୍ ବିରିୟାନି : ସରକାରୀ ସ୍କୁଲରେ ଭଲ ଖାଇବେ,ଭଲ ପଢ଼ିବେ ପିଲା

    ଆଗକୁ ପଢନ୍ତୁ

    ସ୍କୁଲ୍ ପିଲାଙ୍କୁ ମଧ୍ୟାହ୍ନଭୋଜନରେ ମିଳିବ ଚିକେନ୍ ବିରିୟାନି । ପେଟପୂରା ବିରିୟାନୀ ଖାଇ ପାଠ ପଢ଼ିବେ ପିଲା । ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି ତାମିଲନାଡୁ ସରକାର । ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ସାଉଥର ସୁପରଷ୍ଟାର୍ ଥାଲାପତି ବିଜୟ ସ୍କୁଲ ପିଲାମାନଙ୍କ ମଧ୍ୟାହ୍ନଭୋଜନ ପାଇଁ ଚିକେନ୍ ବିରିୟାନିର ଆୟୋଜନ କରିବାକୁ ଯାଉଛନ୍ତି । ପିଲାମାନଙ୍କ ମଧ୍ୟରେ ପୋଷକ ଓ ପୁଷ୍ଟିସାରର ମାତ୍ରା ବୃଦ୍ଧି କରିବା ଏବଂ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସୂଚନା ମିଳୁଛି।
    ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସ୍କୁଲ ଶିକ୍ଷାମନ୍ତ୍ରୀ ରାଜମୋହନ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ସମ୍ମୁଖରେ ରଖିଛନ୍ତି। ତାମିଲନାଡୁରେ ପୂର୍ବରୁ ମଧ୍ୟାହ୍ନ ଭୋଜନ ଯୋଜନାରେ ଅଣ୍ଡା ଏବଂ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଯୋଡ଼ାଯିବାର ଇତିହାସ ରହିଛି। ସେହି ପରମ୍ପରାକୁ ଜାରି ରଖି ବର୍ତ୍ତମାନର ଟିଭିକେ ସରକାର ସ୍କୁଲ ପିଲାଙ୍କ ମେନ୍ୟୁରେ ଚିକେନ୍ ବିରିୟାନି ସାମିଲ କରି ଏକ ନୂଆ ଇତିହାସ ରଚିବାକୁ ପ୍ରସ୍ତୁତ ହେଉଛନ୍ତି।
    ତେବେ ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି। ପିଲାମାନଙ୍କ ଶାରୀରିକ ବିକାଶ ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି ଯାହା ଏହି ମେନ୍ୟୁ ଦ୍ୱାରା ପୂରଣ ହୋଇପାରିବ। ସୁସ୍ୱାଦୁ ଏବଂ ପସନ୍ଦର ଖାଦ୍ୟ ମିଳିଲେ ସ୍କୁଲରେ ପିଲାମାନଙ୍କ ଉପସ୍ଥିତି ହାର ବହୁ ପରିମାଣରେ ବଢ଼ିବ। ମଧ୍ୟାହ୍ନ ଭୋଜନ ସହିତ ପ୍ରାଥମିକ ସ୍କୁଲଗୁଡ଼ିକରେ ଦିଆଯାଉଥିବା ଜଳଖିଆକୁ ମଧ୍ୟ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଯୋଜନା ରହିଛି। ଯଦି ମୁଖ୍ୟମନ୍ତ୍ରୀ ବିଜୟ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରନ୍ତି ତେବେ ତାମିଲନାଡୁ ଦେଶର ପ୍ରଥମ ରାଜ୍ୟ ହେବ ଯିଏ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ଚିକେନ୍ ବିରିୟାନି ପରିବେଷଣ କରିବ । ତେବେ ସେ ଯାହାହେଉ ନା କାହିଁକି ଛାତ୍ରଛାତ୍ରୀମାନେ ଏହି ନୂଆ ପଦକ୍ଷେପରେ ଭାରି ଖୁସି ଅଛନ୍ତି ଏବଂ ପିଲାଙ୍କ ଖୁସି ଦେଖି ଅଭିଭାବକ ବି ଖୁସ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    54 %
    2.7kmh
    7 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ