Monday, April 13, 2026
24.2 C
Odisha

    ଅନିଲ ଅମ୍ବାନୀଙ୍କୁ ୮ ଘଣ୍ଟା ସିବିଆଇ ଜେରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବ୍ୟାଙ୍କ ଜାଲିଆତି ମାମଲାରେ ସିବିଆଇ ପକ୍ଷରୁ ଗତକାଲି ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା କରାଯାଇଛି। ଏହି ଅବସରରେ ସିବିଆଇ ଅଧିକାରୀମାନେ ଅନିଲଙ୍କ ବୟାନ ରେକର୍ଡ କରିଛନ୍ତି। ଆସନ୍ତାକାଲି (ଶୁକ୍ରବାର) ପୁଣି ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଅନିଲଙ୍କୁ ନିର୍ଦେଶ ଦିଆଯାଇଛି।

    ରିଲାଏନ୍ସ ଗ୍ରୁପ୍‌ର ବିଭିନ୍ନ ସହଯୋଗୀ କମ୍ପାନୀ ଏକାଧିକ ଜାତୀୟକରଣ ବ୍ୟାଙ୍କରୁ ମୋଟ ୧୯,୬୯୪ କୋଟି ଟଙ୍କା ଋଣ ନେଇଥିବାବେଳେ ଏହାକୁ ଅନ୍ୟତ୍ର ବିନିଯୋଗ କରିଥିବା ଅଭିଯୋଗ ହୋଇଛି। ଏଥିମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୯୨୯ କୋଟି ଟଙ୍କାର ଋଣ ସାମିଲ ଅଛି। ଇତିମଧ୍ୟରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଅନିଲଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ତାଙ୍କର ମୁମ୍ବଇସ୍ଥିତ ବାସଭବନ ଓ ଅନ୍ୟ ସହରରେ ଥିବା କାର୍ଯ୍ୟାଳୟ ଉପରେ ଚଢଉ ମଧ୍ୟ କରାଯାଇଛି। ଇଡି ପକ୍ଷରୁ ଅନିଲଙ୍କ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇସାରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    66 %
    2.2kmh
    0 %
    Mon
    41 °
    Tue
    42 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ