Friday, April 3, 2026
39.1 C
Odisha

    ଅନୁସନ୍ଧାନରୁ ପ୍ରମାଣିତ, ନେଲପଲିସ୍ ଲଗାଇଲେ ବଢ଼ିଥାଏ ଓଜନ !

    ଆଗକୁ ପଢନ୍ତୁ

    ମହିଳା ନିଜର ସୌନ୍ଦର୍ୟ୍ୟ ବଢ଼ାଇବା ପାଇଁ ଅନେକ ପ୍ରକାରର ଉପଚାର କରିଥାନ୍ତି। ଆପଣ ଜାଣିଛନ୍ତି କି, ମହିଳା ମାନେ ଯେଉଁ ନେଲପଲିସ୍ ବ୍ୟବହାର କରିଥାନ୍ତି ତାହା ପ୍ରକୃତରେ ଶରୀର ପାଇଁ ହାନିକାରକ ହୋଇଥାଏ। ଏହା ହାତର ସୁନ୍ଦରତା ବଢ଼ାଇଥାଏ ସତ, କିନ୍ତୁ ଓଜନ ବଢ଼ିବାର ମଧ୍ୟ କାରଣ ପାଲଟିଥାଏ। ନିକଟରେ ଏହା ବିଷୟରେ ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି। ନେଲ ପଲିସରେ ବ୍ୟବହାର କରାଯାଉଥିବା କେମିକାଲ ଟ୍ରେଫିନିଲ୍ ଫୋସଫେଟ୍ ଶରୀରରେ ବହୁ କ୍ଷତି ପହଞ୍ଚାଇଥାଏ। ଏହି କ୍ଷତିକାରକ କେମିକାଲକୁ ଟିପିଏଚପି କୁହାଯାଇଥାଏ।ମରିସା ମେଲବସୋ ନାମକ ଜଣେ ନେଚୁରୋପାଥିକଙ୍କ ଅନୁଯାୟୀ , ଶରୀରରେ ଟିପିଏଚପି କେମିକାଲର ପ୍ରବେଶ ଏଣ୍ଡୋଫାଇନରେ ପ୍ରଭାବ ପକାଇଥାଏ। ଯାହା ଦ୍ବାରା ଶରୀରରେ ହର୍ମୋନାଲ ପରିବର୍ତ୍ତନ ହୋଇଥାଏ। ଯାହା ଓଜନ ବଢ଼ିବା ସମସ୍ୟା କାରଣ ହୋଇଥାଏ। ଏହା ଛଡ଼ା ଅନ୍ୟନ୍ୟ ଶରୀରିକ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏହି ଗବେଷଣାଟି ୧୦୦ରୁ ଉର୍ଦ୍ଧ ମହିଳାଙ୍କୁ ନେଇ କରାଯାଇଥିଲା।

    ସାଧାରଣତଃ ନେଲପଲିସ ଲଗାଇବା ୧୦-୧୨ ଘଣ୍ଟା ପରେ ମହିଳାଙ୍କ ଶରୀରରେ ଏଥିରେ ଥିବା କେମିକାଲ ପ୍ରବେଶ କରିଥାନ୍ତି। ଏହି ଅନୁସନ୍ଧାନ ଜଣାପଡ଼ିଛି ବଜାରରେ ବିକ୍ରି ହେଉଥିବା ନେଲପଲିସରେ ୧୦ ରୁ ୮ ଟି ନେଲପଲିସରେ କେମିକାଲ ରହିଛି। ଏଥିପାଇଁ ନେଲପଲିସ କିଣୁଥିବା ସମୟରେ ଖାସ କରି ଏହାର ବ୍ରାଣ୍ଡ ଉପରେ ନଜର ଏବଂ ଧ୍ୟାନ ରଖନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ