ଆମ ରୋଷେଇ ଘରେ ଅନେକ ଜିନିଷ ରହିଛି ଯାହା ଆମର ଦୈନନ୍ଦୀନ ଜୀବନ ସମସ୍ୟାର ସମାଧାନ କରିଥାଏ । ସେହି ସବୁ ମଧ୍ୟରୁ ତେଜପତ୍ର ହେଉଛି ଅନ୍ୟତମ । ଯାହା ଭାରତୀୟ ମସଲା ପାଇଁ ବେଷ୍ଟ ହୋଇଥାଏ । ବିରିୟାନୀଠାରୁ ଆରମ୍ଭ କରି ଚା’ପର୍ଯ୍ୟନ୍ତ ତେଜପତ୍ରର ବ୍ୟବହାର କରାଯାଇଥାଏ । ଯାହା ଖାଦ୍ୟର ଟେଷ୍ଟକୁ ଦ୍ବିଗୁଣିତ କରିଥାଏ । ଯାହା ବ୍ୟବହାର କରିବା ଦ୍ବାରା କେବଳ ସ୍ବାଦକୁ ବଢାଇ ନଥାଏ ବରଂ ସ୍ବାସ୍ଥ୍ୟ ସମସ୍ୟାକୁ ଚୁଟକିରେ ଗାଏବ କରି ଦେଇଥାଏ । ତେଜପତ୍ର ଅନେକ ରୋଗ ପାଇଁ ପ୍ରଭାବଶାଳୀ । ଯାହାକୁ ଆୟୁର୍ବେଦିକ ଔଷଧ ଭାବେ ବିବେଚନା କରାଯାଏ । ସେହିପରି ତେଜପତ୍ରର ପାଣି ମଧ୍ୟ ଆମ ପାଇଁ ଉପକାରୀ ହୋଇଥାଏ ।
ଏହା ଏକ ଏମିତି ଜଡିବୁଟି ଯେଉଁଥିରେ ଭିଟାମିନ୍ ଏ ଏବଂ ସି ରହିବା ସହିତ ଫଲିକ୍ ଏସିଡ୍ ଭଳି ଆବଶ୍ୟକ ତତ୍ତ୍ୱ ମଧ୍ୟ ରହିଛି । ଏଥିରେ ବହୁତ ମାତ୍ରାରେ ମଧ୍ୟ ମିନେରାଲ୍ସ ରହିଥାଏ । ଯାହା ଅନେକ ପ୍ରକାରର ସ୍ୱାସ୍ଥ୍ୟକୁ ଲାଭ ପହଁଚାଇଥାଏ । ଏହା ବ୍ୟତୀତ ଏଥିରେ କ୍ୟାଲସିୟମ, ପୋଟାସିୟମ, ତମ୍ବା, ଜିଙ୍କ ଏବଂ ମ୍ୟାଗ୍ନେସିୟମ ଭଳି ପୁଷ୍ଟିକର ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କ ତେଜପତ୍ର ପାଣି ପିଇବାର ଲାଭ ସମ୍ପର୍କରେ ଜଣାଇବୁ ।
ତେଜପତ୍ର ପାଣି ପିଇବାର ଲାଭ :
ପାଚନ କ୍ରିୟାକୁ ମଜବୁତ କରେ : ତେଜପତ୍ର ପାଣି ପେଟର ସମସ୍ତ ସମସ୍ୟାରୁ ରକ୍ଷା କରିଥାଏ । ଏହି ପାଣି ପିଇବା ଦ୍ବାରା ବଦହଜମୀ, ଗ୍ୟାସ୍ ଏବଂ ଏସିଡିଟିରୁ ମୁକ୍ତି ମିଳିଥାଏ । ଏଥିରେ ଥିବା ଗୁଣ ପାଚନ କ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
ଓଜନ ହ୍ରାସରେ ସହାୟକ : ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି ତେବେ ଆପଣ ତେଜପତ୍ର ପାଣି ପିଇବାର ଅଭ୍ୟାସ କରନ୍ତୁ । ଯାହା ମେଟାବୋଲିଜିମ୍ ବୃଦ୍ଧି କରେ ଏବଂ ଅତିରିକ୍ତ ଚର୍ବିକୁ ଦୂର କରିବାରେ ସହାୟକ କରେ । ଶୀଘ୍ର ଓଜନ ହ୍ରାସ କରିବା ପାଇଁ ହେଲେ ଆପଣ ନିୟମିତ ବ୍ୟାୟାମ କରିବା ସହ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।
ରକ୍ତ ଶର୍କରା ନିୟନ୍ତ୍ରଣ କରେ : ତେଜପତ୍ରରେ ଥିବା ପଲିଫେନୋଲ ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯାହା ଡାଇବେଟିସ ରୋଗୀଙ୍କ ପାଇଁ ବେଷ୍ଟ ହୋଇଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : ତେଜପତ୍ର ପାଣି ପିଇବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଆପଣଙ୍କୁ ପରିୟର୍ଡସ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।
ମାନସିକ ଚାପରୁ ମୁକ୍ତି କରେ : ଆପଣ ମାନସିକ ଚାପରୁ ମୁକ୍ତି ପାଇବାକୁ ଚାହାଁନ୍ତି କି? । ତେବେ ଏଥିପାଇଁ ତେଜପତ୍ର ପାଣି ବହୁତ ଲାଭଦାୟକ ବୋଲି ସାବ୍ୟସ୍ତ ହୋଇଛି । ତେଣୁ ତେଜପତ୍ର ପାଣି ପିଇବାର ଅଭ୍ୟାସ କରନ୍ତୁ । ଯାହା ଅନେକ ସମସ୍ୟାରୁ ମୁକ୍ତି ଦେବ ।

