Friday, March 13, 2026
28 C
Odisha

    ‘ଅପରେସନ ସିନ୍ଦୂର’- ଏବେ କ’ଣ କରିବ ପାକିସ୍ତାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣରେ ୨୬ଜଣ ଜୀବନ ହାନିର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନରେ ଆତଙ୍କବାଦୀ ବିରୋଧୀରେ ‘ଅପରେସନ ସିନ୍ଦୂର’ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରି କଡା ଜବାବ ଦେଇଛି ଭାରତ । ହେଲେ ପାକିସ୍ତାନ ଏହି ଆଟାକକୁ ଏଡାଇବା ସହ ଭାରତ ଉପରେ ପାଲଟା ଅଭିଯୋଗ କରିଛି । ମିଛ ଆରୋପ ଲଗାଇ ପାକ୍‌ ପକ୍ଷରୁ କୁହାଯାଇଛି ଯେ ଭାରତ ଏୟାରଷ୍ଟ୍ରାଇକ୍‌ ଆଳରେ ମହିଳା, ଶିଶୁ ଓ ମସଜିଦ୍‌ ଗୁଡିକୁ ଟାର୍ଗେଟ କରିଛି ।
    ମଧ୍ୟ ରାତ୍ରିରେ ଭାରତୀୟ ସେନା ପାକ୍‌ରେ ପ୍ରବେଶ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଲକ୍ଷ୍ୟ କରି ମିସାଇଲ ମାଡ କରିଥିଲେ । ଆତଙ୍କୀଙ୍କ କ୍ୟାମ୍ପ ମଧ୍ୟରେ ମୁଜାଫରବାଦ, ଅହମ୍ମଦପଚୀ, ଇଷ୍ଟ କୋଟେଲି, ମୁରୀଦକ୍‌, ସିଆଲକୋଟ୍‌ରେ ଥିବା ଆଡ୍ଡା ଉପରେ ମିସାଇଲ ମାଡ ହୋଇଛି । ସେଥିମଧ୍ୟରେ ବାହାବଲପୁର ସ୍ଥିତ ଲସ୍କର-ଏ-ତୋଇବାର ହେଡ କ୍ୱଟର ମଧ୍ୟ ଧ୍ୱଂସ ହୋଇଛି । ଭାରତ ଏଭଳି ଭାବେ ଆକ୍ରମଣ କରିବ ବୋଲି କେବେ ବି ଭାବିନଥିଲା ପାକିସ୍ତାନ । ପାକିସ୍ତାନ ପାଖରେ ଯାହାର ଜବାବ ଦେବାକୁ ସମୟ ମଧ୍ୟ ମିଳିନଥିଲା । ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ ପରେ ଅପମାନରେ ପାକିସ୍ତାନ କଣ କରିବ କିଛି ଭାବିପାରୁନି । ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜତ ହେବାକୁ ବଞ୍ଚିବାକୁ ଭାରତ ଉପରେ ମିଛ ଆରୋପ ଲଗାଇବା ଆରମ୍ଭ କରିଛି ପାକ୍‌ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ