Saturday, July 5, 2025
25.6 C
Odisha

    ଅମରନାଥ ଯାତ୍ରା ସମୟରେ ବଡ଼ ଅଘଟଣ, ୩୬ ଯାତ୍ରୀ ଆହତ

    ଆଗକୁ ପଢନ୍ତୁ

    ଆଜି ଅମରନାଥ ଯାତ୍ରା ସମୟରେ ଘଟିଛି ବଡ଼ ଅଘଟଣ । ପହଲଗାମ ରୁଟରେ ଶ୍ରଦ୍ଧାଳୁଙ୍କ କାଫିଲେରେ ଯାଉଥିବା ୩ଟି ବସ୍ ପରସ୍ପର ସହିତ ଧକ୍କା ହୋଇଛି । ଏହି ଅଘଟଣରେ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ୍ ବ୍ରେକ୍ ହୋଇଯିବାରୁ ଏପରି ଅଘଟଣ ଘଟିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଛି ।

    ପବିତ୍ର ଅମରନାଥ ଗୁମ୍ଫାର ଏହି ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇଥିଲା । ୩୯ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ୯ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା ଏବଂ ରାକ୍ଷୀ ପୂର୍ଣ୍ଣମୀରେ ଶେଷ ହେବ । ୩,୮୮୮ ମିଟର ଉଚ୍ଚତାରେ ଥିବା ଏହି ପବିତ୍ର ଗୁମ୍ଫାରେ ପହଞ୍ଚିବା ପାଇଁ ଭକ୍ତମାନେ ଦୁଇଟି ରାସ୍ତା ଦେଇ ଯାଇପାରିବେ । ପହଲଗାମ ଏବଂ ବାଲତାଲ ରୁଟ୍ ରହିଛି । ଭକ୍ତମାନେ ସେମାନଙ୍କ ଇଚ୍ଛା ଅନୁସାରେ ଗୋଟିଏ ରୁଟ୍ ବାଛି ଯାଇପାରିବେ । ପହଲଗାମ୍ ରୁଟ୍ ଦେଇ ଯାତ୍ରା କରୁଥିବା ଭକ୍ତମାନେ ଚନ୍ଦନୱାରୀ, ଶେଷନାଗ ଏବଂ ପଞ୍ଚତରଣୀ ରାସ୍ତା ଦେଇ ପାଦରେ ଚାଲି ୪୬କିଲୋମିଟର ଯାତ୍ରା କରିବା ପରେ ପବିତ୍ର ଗୁମ୍ଫା ନିକଟରେ ପହଞ୍ଚି ପାରିବେ ।

    ଏହାରି ମଧ୍ୟରେ ଶନିବାର ଦିନ କଡ଼ା ସୁରକ୍ଷା କରିବା ପରେ ମଧ୍ୟ କାଶ୍ମୀର ଅଭିମୁଖେ ଯାତ୍ରା କରିଥିଲା । ଏହି ଯାତ୍ରାରେ ୬,୯୭୯ ତୀର୍ଥଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨,୭୫୩ ତୀର୍ଥଯାତ୍ରୀ ବାଲତାଲ ବେସ୍ କ୍ୟାମ୍ପକୁ ଯାଇଥିଲେ । ୪,୨୨୬ ତୀର୍ଥଯାତ୍ରୀ ପହଲଗାମ ଅଭିମୁଖେ ଯାତ୍ରା କରିଥିଲେ । ସମସ୍ତ ଶ୍ରଦ୍ଧାଳୁ ଭଗବତୀ ନଗରରୁ କାଫିଲୋରେ ୩୧୨ ତୀର୍ଥଯାତ୍ରୀ ଗାଡ଼ି ମାଧ୍ୟମରେ ବାହାରିଥିଲେ ।

    ଅନ୍ୟପଟେ ଅମରନାଥ ଯାତ୍ରା ଆରମ୍ଭହେବା ପରଠାରୁ ୨୬,୮୦୦ରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି । ଏହି ଘଟଣା ପରେ, ଯାତ୍ରୀଙ୍କ ସୁରକ୍ଷା ପାଇଁ ଯାତ୍ରାରେ ସତର୍କତା ବୃଦ୍ଧି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯାହା ଦ୍ଵାରା ଦୁର୍ଘଟଣାର ଆଶଙ୍କାକୁ କମ୍ କରାଯାଇପାରିବ । ପୋଲିସ ତୀର୍ଥଯାତ୍ରୀମାନଙ୍କୁ ଯାତ୍ରା ନିୟମ ପାଳନ କରିବାକୁ ଏବଂ ପ୍ରଶାସନ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ବାଧ୍ୟତାମୂଳକ ଭାବରେ ମାନିବାକୁ ନିବେଦନ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    85 %
    3.6kmh
    100 %
    Sat
    25 °
    Sun
    27 °
    Mon
    28 °
    Tue
    26 °
    Wed
    24 °

    ସମ୍ବନ୍ଧିତ