Tuesday, June 24, 2025
28.2 C
Odisha

    ଅମାନିଆ ଇରାନ: ଯୁଦ୍ଧ ବିରତି ପରେ ବି ଇସ୍ରାଏଲ ଉପରେ ଆକ୍ରମଣ, ମିସାଇଲ୍ ମାଡରେ ୬ ମୃତ

    ଆଗକୁ ପଢନ୍ତୁ

    ତେହେରାନ: ପୁଣି ଇସ୍ରାଏଲ ଉପରେ ମିସାଇଲ୍ ମାଡ କଲା ଇରାନ । ଯୁଦ୍ଧ ବିରତି ପରେ ବି ଇସ୍ରାଏଲ ଉପରେ ଇରାନ କଲା ବଡ ହମଲା । ୧ ଘଣ୍ଟା ଭିତରେ ତିନି ତିନି ଥର ବଡ ଆକ୍ରମଣ କରିଛି ଇରାନ୍ । ଭୋର୍ ୪ଟା ବେଳେ ଆକ୍ରମଣ କରିଥିବା ସୂଚନା । ତେବେ ଇରାନର ମିସାଇଲ୍ ମାଡରେ ୬ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ହୋଲି ସୂଚନା ମିଳିଛି । ସେପଟେ ଇରାନ-ଇସ୍ରାଏଲ ମଧ୍ୟରେ ଆମେରିକା ଯୁଦ୍ଧ ବନ୍ଦ କରିଥିବା କୁହାଯାଉଥିବା ବେଳେ ଇରାନ ପୁଣି ଥରେ ଇସ୍ରାଏଲ ଉପରେ ଆକ୍ରମଣ କରି କେଉଁ ବାର୍ତ୍ତା ଦେଲା ତାହା ଏବେ ସ୍ପଷ୍ଟ ବୁଝି ହେଉଛି । ଇରାନ୍ ଇସ୍ରାଏଲକୁ ଶେଷ ମୁହୂର୍ତ୍ତ ଯାଏଁ ଲଢେଇ କରିବାର କ୍ଷମତା ରଖିଛି ବୋଲି ସଂକେତ ଦେବା ସହ ଆମେରିକାକୁ ମଧ୍ଯ ଚେତେଇଦେଲା କି ଚାପରେ ଇରାନ କେବେ ମୁଣ୍ଡ ନୁଆଁଇବନି ବୋଲି ।

    ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି- ଶେଷ ମୁହୂର୍ତ୍ତ ଯାଏଁ ଆମେ ହମଲା କରିବୁ । ଆମର ଶକ୍ତିଶାଳୀ ସେନାବାହିନୀ ଶେଷ ସମୟ ଯାଏଁ ଇସ୍ରାଏଲକୁ ଦଣ୍ଡ ଦେଇଚାଲିଥିବେ । ଇରାନବାସୀଙ୍କ ସମେତ ସେନାକୁ ଧନ୍ୟବାଦ ଦେଇଛନ୍ତି ଆବାସ୍ । କହିଛନ୍ତି ଜୀବନର ଶେଷ ରକ୍ତ ବୁନ୍ଦା ଯାଏଁ ସେମାନେ ଦେଶର ରକ୍ଷା କରିବାକୁ ଲଢେଇ କରିଛନ୍ତି । ତେବେ ଯୁଦ୍ଧରେ ବିରାମ ପରେ ଇରାନର ପୁନଶ୍ଚ ଆକ୍ରମଣ କଣ ସୂଚନା ଦେଉଛି । ଟ୍ରମ୍ପଙ୍କ ଏହି ଘୋଷଣାକୁ ଇରାନ ଖାତିର କରୁନି କି ନା ପୁଣି ଘନେଇବ ଯୁଦ୍ଧ ଆଶଙ୍କା । ଯେମିତି ଚାଲିଥିଲା ସେମିତି ଚାଲିବ କି ଯୁଦ୍ଧ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    71 %
    5.1kmh
    100 %
    Tue
    29 °
    Wed
    31 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ