ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପ୍ରକାଶ ପାଇଛି। ଦକ୍ଷିଣ ପ୍ରାଚୀର ଅଞ୍ଚଳରେ ନମାଜ ପାଠ କରୁଥିବା ସମୟରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ନମାଜ ପାଠ କରିବାରୁ ବାରଣ କରାଯିବା ପରେ ଯୁବକ ଜଣକ ସ୍ଲୋଗାନ ଦେଇଥିଲେ। ଏବେ ଗୁଇନ୍ଦା ସଂସ୍ଥା ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି ।
ସୂଚନାନୁଯାୟୀ, ଜଣେ ଯୁବକ ଦକ୍ଷିଣ ପ୍ରାଚୀର ଘେରା ରାମ ମନ୍ଦିର ପରିସରର ସୀତା ରାସୋଇ ନିକଟରେ ନମାଜ ପାଠ କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ କାଶ୍ମୀର ପୋଷାକ ପିନ୍ଧି D1 ଗେଟ୍ ଦେଇ ରାମ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଗିରଫ ଯୁବକ ଜଣକ କାଶ୍ମୀରର ଶୋପିଆନର ବାସିନ୍ଦା ଅହମ୍ମଦ ଶେଖ୍ ବୋଲି ଏବେ ତାଙ୍କୁ ଚିହ୍ନଟ କରାଯାଇଛି । ସୁରକ୍ଷା କର୍ମୀମାନେ ଯୁବକଙ୍କୁ ଅଟକାଯିବା ପରେ ମଧ୍ୟ ଯୁବକ ଜଣକ ନାରା ଦେବା ଆରମ୍ଭ କରିଦେଇଥିଲେ । ଯାହା ପରେ ଘଟଣାସ୍ଥଳରେ ଥିବା ସୁରକ୍ଷା ବାହିନୀ ତୁରନ୍ତ ତାଙ୍କୁ ହେପାଜତକୁ ନେଇଯାଇଥିଲେ ।
ଏଥିସହିତ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ । ରାମ ମନ୍ଦିର ଟ୍ରଷ୍ଟ ମଧ୍ୟ ସମଗ୍ର ଘଟଣା ଉପରେ ନୀରବତା ଅବଲମ୍ବନ କରିଛି । ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି, ସୁରକ୍ଷା ଏଜେନ୍ସିଗୁଡ଼ିକ ପ୍ରତ୍ୟେକ ଦିଗର ତଦନ୍ତ କରୁଛନ୍ତି ।
ଅନ୍ୟପଟେ ଅଯୋଧ୍ୟାରେ ମାଂସ ଏବଂ ମଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲା । ଏହି ମାମଲାଗୁଡ଼ିକୁ ଗମ୍ଭୀର ଭାବରେ ବିଚାର କରି, ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକୁ ଏକ କଡ଼ା ଚେତାବନୀ ଜାରି କରାଯାଇଛି । ଉଲ୍ଲଂଘନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦିଆଯାଇଛି ।

