Saturday, February 22, 2025
20.1 C
Odisha

    ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ

    ଆଗକୁ ପଢନ୍ତୁ

    ଗଞ୍ଜାମ : ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିଛି । ଆଜି ଭୋର୍ ସମୟରୁ ଧୀରେ ଧୀରେ ଅଲିଭ ରିଡଲେଙ୍କ ଆଗମନ ହୋଇଛି । ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା ।ପ୍ରାୟ ୨ ହଜାର କଇଁଛ ଅଣ୍ଡାଦାନ କରିଥିଲେ କିନ୍ତୁ ଏବର୍ଷ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି । ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ବର ମାସରେ ଶ୍ରୀଲଙ୍କା ଉପକୂଳରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି । ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି ।କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଅଣ୍ଡାଦାନ ପୂର୍ବରୁ ବ୍ରହ୍ମପୁର ଡିଏଫ୍‌ଓ ପୁରୁଣାବନ୍ଧ ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ପାଞ୍ଚ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ଶହେ ମିଟର୍ ବ୍ୟବଧାନରେ ଗୋଟାଏ ଲେଖାଏଁ ୫୦ ଟି ସେଗମେଣ୍ଟ୍ କରାଯିବା ସହ ସହ ଆଠଟି କୃତ୍ରିମ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିଛି ବନ ବିଭାଗ । ବେଳାଭୂମିର ଦୁଇକିମି ପର୍ଯ୍ୟନ୍ତ ବାଲୁକାଶଯ୍ୟାରେ ସୁରକ୍ଷାବାଡ଼ କରାଯାଇଛି ।

    ଫଳରେ କୁକୁର ଓ ବିଲୁଆ ସେହି ସ୍ଥାନକୁ ଯାଇ ପାରିବେ ନାହିଁ । ପ୍ରତିଦିନ ବୋଟ୍ ମାଧ୍ୟମରେ ଫରେଷ୍ଟର୍ ଙ୍କ ତତ୍ତ୍ୱାବଧାନରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି । ମିଳନ ପର୍ବ ଠାରୁ ଆରମ୍ଭ କରି ବର୍ତ୍ତମାନ ଗଣଅଣ୍ଡାଦାନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେଇ ଥିବା ସୂଚନା ମିଳିଛି । କଇଁଛଙ୍କ ଆଗମନ ଓ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହେବା ନେଇ ନଭେମ୍ବର ୧ ମେ ୩୧ ପ୍ରଯ୍ୟନ୍ତ ଆର୍ଯ୍ୟପଲ୍ଲୀରୁ ପ୍ରୟାଗି ୨୦ କିମି କୁ ନୋ ଫିସିଙ୍ଗ ଜୋନ ଘୋଷଣା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    86 %
    2.1kmh
    0 %
    Fri
    20 °
    Sat
    35 °
    Sun
    34 °
    Mon
    35 °
    Tue
    36 °

    ସମ୍ବନ୍ଧିତ