Monday, September 16, 2024
24.1 C
Odisha

    ଅଲ୍ ଟାଇମ୍ ଇଣ୍ଡିଆ ପ୍ଲେଇଙ୍ଗ-୧୧ରେ ଧୋନୀ

    ଆଗକୁ ପଢନ୍ତୁ

    ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବେ ଖୁବ ଚର୍ଚ୍ଚାକୁ ଆସିଛନ୍ତି । ସେ ବର୍ତ୍ତମାନ ଅଲ୍ ଟାଇମ୍ ଇଣ୍ଡିଆ ପ୍ଲେଇଙ୍ଗ-୧୧ ଚୟନ କରିଛନ୍ତି । ଏହି ଦଳରେ ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ମଧ୍ୟ ସାମିଲ ରହିଛି । ତେବେ ଦଳର ଓପନର ଭାବରେ ସେ ନିଜ ନାମକୁ ସାମିଲ କରିଛନ୍ତି । ଏହାବ୍ୟତୀତ ଦଳରେ ସଚିନ୍ ତେନ୍ଦୁଲକର ଏବଂ ଅନିଲ କୁମ୍ବଲେ ମଧ୍ୟ ସ୍ଥାନ ପାଇଛନ୍ତି । କିନ୍ତୁ ଦଳରୁ ବାଦ୍ ପଡ଼ିଛନ୍ତି ମଡର୍ଣ୍ଣ କ୍ରିକେଟର ଷ୍ଟାର କ୍ରିକେଟର ରୋହିତ ଶର୍ମା ଏବଂ ଜଶପ୍ରୀତ ବୁମରାହ । ତେବେ ଆସନ୍ତୁ ଜାଣିବା ଗମ୍ଭୀରଙ୍କ ଦଳରେ କେଉଁମାନଙ୍କୁ ମିଳିଛି ସୁଯୋଗ ।

    ଏହି ଦଳରେ ଓପନର ଭୂମିକାରେ ଗୌତମ ଗମ୍ଭୀର ନିଜ ନାମ ସହିତ ବିରେନ୍ଦ୍ର ସେହୱାଗଙ୍କ ନାମ ଚୟନ କରିଛନ୍ତି । କିନ୍ତୁ ଭାରତର ଅଧିନାୟକ ତଥା ଓପନର ଭାବରେ ଅନେକ ଇତିହାସ ସୃଷ୍ଟି କରିଥିବା ରୋହିତ ଶର୍ମାଙ୍କୁ ଏହି ଦଳରେ ସେ ସୁଯୋଗ ଦେଇନାହାନ୍ତି । ଏହାପରେ ମଧ୍ୟକ୍ରମରେ ତୃତୀୟ ନମ୍ବରରେ ରାହୁଲ ଦ୍ରାବିଡ, ଚତୁର୍ଥରେ ଗଡ୍ ଅଫ୍ କ୍ରିକେଟ ସଚିନ୍ ତେନ୍ଦୁଲକରଙ୍କୁ ଗମ୍ଭୀର ସ୍ଥାନ ଦେଇଛନ୍ତି । ସେହିପରି ପଞ୍ଚମରେ ରନ୍ ମେସିନ୍ ବିରାଟ କୋହଲିଙ୍କୁ ସ୍ଥାନ ଦେଇଥିବା ବେଳେ ଷଷ୍ଠ ସ୍ଥାନରେ ଗମ୍ଭୀରଙ୍କ ଦଳରେ ଚୟନ ହୋଇଛନ୍ତି ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ । ତେବେ ସପ୍ତମ ସ୍ଥାନରେ ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଅଧିନାୟକ ତଥା ଭାରତର ସବୁଠାରୁ ସଫଳ ଅଧିନାୟକ ଏମ.ଏସ ଧୋନୀଙ୍କୁ ସ୍ଥାନ ଦେଇଛନ୍ତି ଗମ୍ଭୀର । ଏହାପରେ ଅଷ୍ଟମ ସ୍ଥାନରେ ରହିଛନ୍ତି ଭାରତର ସର୍ବାଧିକ ୱିକେଟ ହାସଲ କରିଥିବା ବୋଲର ଅନିଲ କୁମ୍ବଲେ । ତେବେ ନବମ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ସୁଯୋଗ ପାଇଥିବା ବେଳେ ଦଶମରେ ଇରଫାନ୍ ପଠାନ୍ ଏବଂ ଶେଷରେ ଜାହିର ଖାନ ଦଳରେ ସ୍ଥାନ ପାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ