ଅଶ୍ବଗନ୍ଧା ସେବନ ଶରୀର ସହିତ ଜଡିତ ସମସ୍ୟାକୁ ଦୂର କରିଥାଏ । ଯାହା ଆମ ଶରୀରରେ ଆୟୁର୍ବେଦିକ ଔଷଧ ରୂପେ ଫଳପ୍ରଦ ହୋଇଥାଏ । ଅଶ୍ବଗନ୍ଧାରେ ଭିଟାମିନ ବି, ଭିଟାମିନ ଡି, ଭିଟାମିନ ଇ, କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ ଏବଂ ଜିଙ୍କ ଭଳି ଅନ୍ୟାନ୍ୟ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । ଯାହା ବରଦାନ ଭଳି କାମ କରେ । ନିଜ ମୋଟାପଣକୁ ନେଇ ଚିନ୍ତାରେ ଥିବା ବ୍ୟକ୍ତିଙ୍କ ଏହାକୁ ସେବନ କରିପାରିବେ । ଯାହା ଡାଏଟ ପ୍ଲାନ ପାଇଁ ଖୁବ ଉପଯୋଗୀ । କିପରି ଏହାକୁ ସଠିକ ଉପାୟରେ ସେବନ କରିବେ ଜାଣନ୍ତୁ ।
ଅଶ୍ବଗନ୍ଧା ସେବନର ସଠିକ୍ ଉପାୟ : କ୍ଷୀରରେ ଅଧଚାମଚ କିମ୍ବା ଗୋଟିଏ ଚାମଚ ଅଶ୍ବଗନ୍ଧା ପାଉଡର ମିଶାଇ ପିଅନ୍ତୁ । କ୍ଷୀର ବ୍ୟତୀତ ମହୁରେ ମଧ୍ୟ ଅଶ୍ବଗନ୍ଧା ସେବନ କରିପାରିବେ । ଆପଣ ଡାଏଟ୍ ପ୍ଲାନରେ ଅଶ୍ବଗନ୍ଧା ଚାକୁ ନିତିଦିନିଆ ଜୀବନରେ ବ୍ୟବହାର କରିପାରିବେ ।
ଅଶ୍ବଗନ୍ଧାର ଫାଇଦା : ଅଶ୍ବଗନ୍ଧାର ସେବନ ଦ୍ବାରା କର୍କଟ ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ଆପଣଙ୍କ ଶରୀରର ମେଟାବୋଲିଜିମର ପରିମାଣକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଓଜନ ହ୍ରାସ କରିବାର ଯାତ୍ରାକୁ ସଫଳ କରିଥାଏ । ଯଦି ଆପଣଙ୍କ ସୁସ୍ଥ ଜୀବନ ପାଇଁ ସଚେନତ ରହିଛନ୍ତି ତେବେ ଅଶ୍ବଗନ୍ଧା ସେବନ କରିବାକୁ ଆରମ୍ଭ କରିପାରିବେ । ଏହା କେବଳ ଶରିରୀକ ସ୍ବାସ୍ଥ୍ୟ ଉପରେ ନୁହେଁ ବରଂ ମାନସିକ ସ୍ଥିତି ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଥାଏ । ମାନସିକ ଚାପକୁ ଦୂର କରିଥାଏ । ନିଦରେ ସୁଧାର ଆଣିଥାଏ । ଏଥିରେ ଏଡାପ୍ଟୋଜେନିକ ଗୁଣ ଥିବାରୁ ଶାରୀରିକ ଏବଂ ମାନସିକ ସ୍ତରରେ ସକରାତ୍ମକ ଉର୍ଜାକୁ ବଢାଇବା ସହିତ ଏକଜରାଟକୁ ସ୍ଥିର ରଖିଥାଏ । ହୃଦଘାତରୁ ରକ୍ଷା କରିବାରେ ଏହି ପାଉଡର ସହାୟକ କରିଥାଏ । ତେଣୁ ନିଜ ଦୈନନ୍ଦୀନ ଜୀବନରେ କୌଣସି ପରିବର୍ତ୍ତନ ଆଣିବା ପୂର୍ବରୁ ଡାକ୍ତର ନଚେତ୍ ଆୟୁର୍ବେଦିକ ଵିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍।