Thursday, March 12, 2026
36.2 C
Odisha

    ଅହଂକାର ଅଷ୍ଟ୍ରେଲିଆ ଟିମର ପତ୍ତନର କାରଣ, ୨୦୨୩ ବିଶ୍ବକପ ଜିତିବା ପରେ କ୍ରିକେଟକୁ ଏଭଳି କରିଥିଲେ ଅସମ୍ମାନ

    ଆଗକୁ ପଢନ୍ତୁ

    ଅଷ୍ଟ୍ରେଲିଆ କ୍ରିକେଟ ଟିମ ଦୁନିଆର ସବୁଠାରୁ ସଫଳ ଟିମ୍ ମଧ୍ୟରେ ଅନ୍ୟତମ । ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ଭାବରେ ବିବେଚିତ । ହେଲେ ଟି-୨୦ ବିଶ୍ୱକପ ୨୦୨୬ରେ ଅଷ୍ଟ୍ରେଲିଆ ନିଜର ଖରାପ ପ୍ରଦର୍ଶନ ଯୋଗୁଁ ଗ୍ରୁପ ପର୍ଯ୍ୟାୟରୁ ଆଉଟ୍ ହୋଇଛି । ଫଳରେ ଟି୨୦ ବିଶ୍ବକପ ସ୍ବପ୍ନ ଭାଙ୍ଗିଯାଇଛି । ମିଚେଲ ମାର୍ଶଙ୍କ ଅଧିନାୟକତ୍ବରେ ଟିମ ବହୁତ ଖରାପ ପ୍ରଦର୍ଶନ କରିଛି । ଶ୍ରୀଲଙ୍କା ଏବଂ ଜିମ୍ବାୱେ ଭଳି ଟିମରୁ ହାରିବା ପରେ ଟିମ ବିଶ୍ବକପରୁ ଆଉଟ୍ ହୋଇଛି । ଏହାରି ଭିତରେ ମିଚେଲ ମାର୍ଶଙ୍କ ଏକ ଫଟୋ ଭାଇରଲ ହେବାରେ ଲାଗିଛି । ଯାହାକୁ ନେଇ ଫ୍ୟାନ୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

    ଆଇସିସି ଦିନିକିଆ ବିଶ୍ବକପ ୨୦୨୩ରେ ଅଷ୍ଟ୍ରେଲିଆ ଭାରତକୁ ହରାଇ ୬ଷ୍ଠ ଥର ଟ୍ରଫି ଟାଇଟଲ ଜିତିଥିଲା । କିନ୍ତୁ ଫାଇନାଲ ଜିତିବା ପରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ଏକ ଫଟୋ ଭାଇରଲ ହୋଇଥିଲା । ଯେଉଁଥିରେ ସେ ବିଶ୍ବକପ ଟ୍ରଫି ଉପରେ ପାଦ ରଖି ଆରାମ କରୁଥିଲେ । ଅହଂକାରୀ କଙ୍ଗାରୁ ଖେଳାଳିମାନଙ୍କୁ ଜୋତାରେ ମଦ୍ୟପାନ କରୁଥିବା ଦେଖାଯାଇଥିଲା । ଯାହାକୁ ନେଇ କ୍ରିକେଟ ଫ୍ୟାନ୍ସ ନିରାଶ ହୋଇଥିଲେ । ଆଉ ଏବେ ଟି୨୦ ବିଶ୍ବକପରୁ ବାଦ୍ ପଡିବା ପରେ ଫ୍ୟାନ୍ସ ଏହାକୁ ତୁଳନା କରୁଛନ୍ତି । ଏବେ ପ୍ରଶଂସକମାନେ ପୁରୁଣା ଭିଡିଓ ଏବଂ ଫଟୋ ସେୟାର କରି ଅଷ୍ଟ୍ରେଲିଆକୁ ସମାଲୋଚନା କରୁଛନ୍ତି । ପ୍ରଶଂସକଙ୍କ କହିବା ମୁତାବକ, ଅଷ୍ଟ୍ରେଲିଆ କ୍ରିକେଟକୁ ଅସମ୍ମାନ କରିଛି ଏବଂ ସେଥିପାଇଁ ସେମାନେ ଏହି ସ୍ଥିତିରେ ପହଞ୍ଚିଛନ୍ତି ।

    ଅଷ୍ଟ୍ରେଲିଆ ୬ଟି ICC ODI ବିଶ୍ୱକପ୍, ଦୁଇଟି ICC ଚାମ୍ପିଅନ୍ସ ଟ୍ରଫି, ଗୋଟିଏ WTC ଟ୍ରଫି ଏବଂ ଗୋଟିଏ T20 ବିଶ୍ୱକପ୍ ଜିତିଥିବା ଅଷ୍ଟ୍ରେଲିଆ ଦଳ ଗତ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ୨୦୨୩ ODI ବିଶ୍ୱକପ୍ ପରଠାରୁ ଅଷ୍ଟ୍ରେଲିଆ ଦଳ ୨୦୨୪ ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ପହଞ୍ଚିପାରିଲା ନାହିଁ । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ବିଫଳ ହୋଇଥିଲା । ସେମାନେ WTC ଫାଇନାଲରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲେ ଏବଂ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବାଦ ପଡ଼ିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    8 %
    3.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ