Saturday, April 4, 2026
36.1 C
Odisha

    ଆଇଟି ହବ୍ ହେବ ଓଡ଼ିଶା: ଅଶ୍ବିନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି)ର ଏକ ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରାଯିବ। ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ୍ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୨.୦ରେ ରାଜ୍ୟର ଯୁବବର୍ଗଙ୍କୁ କୁଶଳୀ କରିବା ପାଇଁ ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହଯୋଗକ୍ରମେ ଏ ଦିଗରେ ପ୍ରଥମ ପଦକ୍ଷେପ ନିଆଯିବା ଲାଗି ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

    ପ୍ରବାସୀ ଭାରତୀୟ ଦିବସ ସମାରୋହରେ ‘ସବୁଜ ସଂଯୋଗ: ଦୀର୍ଘସ୍ଥାୟୀ ବିକାଶରେ ପ୍ରବାସୀଙ୍କ ଯୋଗଦାନ’ ଉପରେ ମତ ରଖି ଶ୍ରୀ ବୈଷ୍ଣବ କହିଥିଲେ ଯେ ସବୁଜ ଶକ୍ତି ଓ ଦୀର୍ଘସ୍ଥାୟୀ ବିକାଶ ପାଇଁ ପ୍ରଯୁକ୍ତିର ବିକାଶ ଗୁରୁତ୍ୱପୂର୍ଣ୍ଣ। ଭାରତ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ବର୍ତ୍ତମାନ ଦେଶରେ ଉତ୍ପାଦିତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୪୫ % ରହିଛି। ଭାରତ ଏହି କ୍ଷେତ୍ରରେ ଅଧିକ ଆଗକୁ ବଢ଼ିବା ପାଇଁ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ବିଶ୍ୱରେ ମାତ୍ର ୪ଟି ଦେଶ ପାଖରେ ହାଇଡ୍ରୋଜେନ ଇନ୍ଧନ ପରିଚାଳିତ ଟ୍ରେନ ରହିଛି। ଅଧିକାଂଶ ଦେଶ ୫୦୦ରୁ ୬୦୦ ଅଶ୍ୱଶକ୍ତି ବିଶିଷ୍ଟ ଟ୍ରେନ୍ ବିକଶିତ କରିଛନ୍ତି। କିନ୍ତୁ ଭାରତ ନିଜସ୍ୱ ଇଞ୍ଜିନିୟରିଂ ଓ ସରଞ୍ଜାମ ଉପଯୋଗ କରି ୧୨୦୦ ଅଶ୍ୱଶକ୍ତି ଉତ୍ପାଦନ କରୁଥିବା ହାଇଡ୍ରୋଜେନ୍ ଟ୍ରେନ ବିକଶିତ କରିଛି। ଭାରତ ପରିବହନ କ୍ଷେତ୍ରରେ ବିକଳ୍ପ ସ୍ୱଚ୍ଛ ଇନ୍ଧନ ଉପଯୋଗ କରିବା ଉପରେ ମଧ୍ୟ ଜୋର ଦେଉଛି। ଅନ୍ୟ ପରିବହନ ମାଧ୍ୟମ ତୁଳନାରେ ରେଳ ମାଧ୍ୟମରେ ମାଲ୍ ପରିବହନ ଦ୍ୱାରା ୯୦ % କମ୍ ଅଙ୍ଗାରକାମ୍ଳ ନିର୍ଗମନ ହୋଇଥାଏ। ୨୦୧୪ରେ ବର୍ଷକୁ ମାତ୍ର ୫୦୦ କି.ମି ରେଳ ମାର୍ଗର ବିଦ୍ୟୁତୀକରଣ ହେଉଥିବା ବେଳେ ବର୍ତ୍ତମାନ ବାର୍ଷିକ ପ୍ରାୟ ୬ହଜାର କି.ମିର ରେଳ ମାର୍ଗର ବିଦ୍ୟୁତୀକରଣ ହେଉଛି।

    ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯିବା ଖୁସିର ବିଷୟ। ସାରା ବିଶ୍ୱର ଭାରତୀୟ ବଂଶୋଦ୍ଭବମାନେ ଆସି ଓଡ଼ିଶାର ସଂସ୍କୃତିକୁ ଉପଭୋଗ କରୁଛନ୍ତି। ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ୧ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୩ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାମ ଜାରି ରହିଛି। ନୂଆ ରେଳ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଛି। ମହାକୁମ୍ଭ ପାଇଁ ଓଡ଼ିଶାରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.1 ° C
    36.1 °
    36.1 °
    24 %
    1.7kmh
    91 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ