Wednesday, October 14, 2026
26.2 C
Odisha

    ବେବି ଜନର ବିଫଳତା ପରେ ଅବସାଦଗ୍ରସ୍ତ ଅଛନ୍ତି କି ବରୁଣ?

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ସିନେମା ବେବି ଜନ୍ ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚାରେ ରହିଥିଲା। ଏହି ଫିଲ୍ମର ରିଲିଜକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିନ୍ତୁ ଯେତେବେଳେ ଫିଲ୍ମ ମୁକ୍ତିଲାଭ କଲା, ଏହା ବକ୍ସ ଅଫିସରେ ନିଜର ଯାଦୁ ଦେଖାଇପାରିଲା ନାହିଁ। ଖର୍ଚ୍ଚ ହୋଇଥିବା ଟଙ୍କା ଆୟ ନକରିପାରିବା ସହ ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଥିଲା। ବାରମ୍ବାର ଫିଲ୍ମ ବିଫଳ ହେଉଥିବାରୁ ବରୁଣ ଅବସାଦଗ୍ରସ୍ତ ଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଉପରେ ଅଭିନେତା ରାଜପାଲ ଯାଦବ ନିଜର ମତ ରଖିଛନ୍ତି ।

    ବଲିଉଡ ବବଲ୍ସକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି, “ଯଦି ଏହା ଏକ ରିମେକ୍ ହୋଇନଥାନ୍ତା, ତେବେ ଏହା ମୋର ୨୫ବର୍ଷର କ୍ୟାରିଅରର ସବୁଠୁ ବଡ଼ ଫିଲ୍ମ ହୋଇଥାନ୍ତା। କିନ୍ତୁ ଥଲପତି ବିଜୟ ଏହାକୁ କରିସାରିଥିଲେ। ଦର୍ଶକ ଏହାକୁ ଦେଖିସାରିଥିବାରୁ ଏହା ଫିଲ୍ମର ବକ୍ସ ଅଫିସ୍ ଆୟକୁ ପ୍ରଭାବିତ କରିଥିଲା।”

    ଫିଲ୍ମ ଫ୍ଲପ ହେବା ପରେ ବରୁଣଙ୍କ ପ୍ରତିକ୍ରିୟା କିଭଳି ଥିଲା, ସେ ଅବସାଦଗ୍ରସ୍ତ ହୋଇଥିଲେ କି ବୋଲି ପଚରାଯିବାରୁ ରାଜପାଲ କହିଥିଲେ, ବରୁଣ ବହୁତ ଭଲ ପିଲା। ବହୁତ ପରିଶ୍ରମୀ। ସେ ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଛନ୍ତି ଏବଂ ତାଙ୍କର ପ୍ରୟାସକୁ ପ୍ରଶଂସା କରାଯିବା ଉଚିତ। କାରଣ ଚ୍ୟାଲେଞ୍ଜ ନେଇ କିଛି ଭିନ୍ନ କରିବାକୁ ଚେଷ୍ଟା କରିବା ଏକ ବଡ଼ କଥା। “

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ