ମୁମ୍ବାଇ : ଆଜି ଆଇପିଏଲ୍ ନିଲାମୀ । ୨୦୨୬ ଆଇପିଏଲ୍ ସିଜିନ୍ ପାଇଁ ଆବୁଧାବିରେ ଖେଳାଳି ନିଲାମୀ ବା ‘ମିନି ଅକ୍ସନ’ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅପରାହ୍ନ ୨ଟା ୩୦ ମିନିଟରେ ଏହି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ନିଲାମୀ ପ୍ରକ୍ରିୟାରେ କୋଲକାତା ନାଇଟ୍ ରାଇଡର୍ସ ପାଖରେ ସର୍ବାଧିକ ୬୪ କୋଟି ୩୦ ଲକ୍ଷ ଟଙ୍କା ରହିଛି । ସେମାନେ ୧୩ ଜଣ ଖେଳାଳି କିଣିପାରିବେ । ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ସବୁଠାରୁ କମ୍ ମାତ୍ର ୨ କୋଟି ୭୫ କୋଟି ଲକ୍ଷ ଟଙ୍କା ରହିଛି । ଚେନ୍ନାଇ ନିକଟରେ ୪୩ କୋଟି ୪୦ ଲକ୍ଷ ଟଙ୍କା ଅଛି । ୧୦ଟି ଦଳ ପାଇଁ ମୋଟ ୭୭ଟି ସ୍ଥାନ ଖାଲି ଅଛି, କିନ୍ତୁ ନିଲାମୀ ତାଲିକାରେ ୩୫୯ ଜଣ ଖେଳାଳିଙ୍କ ନାମ ରହିଛି । ତେଣୁ ପ୍ରତିଯୋଗିତା ଜୋରଦାର ହେବ । ଚଳିତ ନିଲାମୀରେ ଦୁଇ ଭାରତୀୟ ଖେଳାଳି ଭେଙ୍କଟେଶ ଆୟର ଏବଂ ରବି ବିଷ୍ଣୋଇଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ଲେଖାଏଁ ରହିଛି । ବିଦେଶୀ ଖେଳାଳିଙ୍କ ମଧ୍ୟରେ କ୍ୟାମେରନ୍ ଗ୍ରୀନ୍, ଡେଭିଡ୍ ମିଲର ଏବଂ ଷ୍ଟିଭ୍ ସ୍ମିଥଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ଆଇପିଏଲ ନିଲାମୀରେ ୫ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା ଅଷ୍ଟ୍ରେଲିଆନ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କ ଉପରେ ସବୁଠାରୁ ଅଧିକ ଟଙ୍କା ଲାଗିପାରେ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେହିପରି ଭାରତୀୟ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ଟଙ୍କା ରହିଛି । ଭାରତୀୟ ସ୍ପିନର ରବି ବିଷ୍ଣୋଇଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ଟଙ୍କା ରହିଛି । ଜୁନିୟର ବୋଲର ଭାବେ ପରିଚିଚ ମଥିସା ପଥିରାନା ଚେନ୍ନାଇରୁ ରିଲିଜ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ଖେଳାଳି ଡେଭିଡ ମିଲର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଏବଂ ଷ୍ଟିଭ୍ ସ୍ମିଥ୍ ଙ୍କ ଉପରେ ମଧ୍ୟ ନଜର ରହିବ ।

