Saturday, March 14, 2026
24.4 C
Odisha

    ଆଇସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସରେ ସମ୍ମମ୍ ସିଇଓଙ୍କ ଯୋଗଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ମାର୍ଚ୍ଚ ୧୪: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉନ୍‌ଟାଂଟ୍ସ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ନୁଆପଲ୍ଲୀ ସ୍ଥିତ ଆଇସିଏଆଇ ଭବନରେ ପାଳିତ ହୋଇଯାଇଥିବା ବେଳେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଶ୍ୱେତପଦ୍ମା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଓ ଲୋକପ୍ରିୟ ଗାୟିକା ଦିପ୍ତୀରେଖା ପାଢ଼ି, ସୋହିନୀ ମିଶ୍ର, ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ (ଏକ୍ସଆଇଏମ୍‌ବି)ର ଆସୋସିଏଟ୍ ପ୍ରଫେସର ଚାର୍ଟାର୍ଡ ଆକାଉନ୍‌ଟାଂଟ ବିଜୟା ଭଟ୍ଟ, ଅଧ୍ୟକ୍ଷା ସି.ଏ. ଜାହ୍ନବୀ ଦେଓ, ଉପାଧ୍ୟକ୍ଷ ତଥା ଛାତ୍ର ସଂଗଠନ ଅଧ୍ୟକ୍ଷ ସି.ଏ ମହେନ୍ଦ୍ର ସାହୁ ଏବଂ ସଚିବ ସି.ଏ ଗୌତମ ଲେଙ୍କା ଉପସ୍ଥିତ ଥିଲେ । ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ନିମନ୍ତେ ରାଜନୀତି, ପ୍ରଶାସନ, ଅର୍ଥନୀତି, ସାମାଜିକ କଲ୍ୟାଣ, ବିଜ୍ଞାନ ସଫଳତା, ଶିଳ୍ପ ଅଭିବୃଦ୍ଧି, ପ୍ରତିରକ୍ଷା ସେବା କ୍ଷେତ୍ରରେ ମହିଳାଙ୍କ ସଫଳତାକୁ ପାଳନ କରିବାର ଏକ ସୁଯୋଗକୁ ପ୍ରତିପାଦିତ କରେ। ଚାର୍ଟାର୍ଡ ଆକାଉନ୍‌ଟାଂଟ ବୃତିରେ ମହିଳାମାନେ କେବଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିନାହାନ୍ତି ବରଂ ଇତିହାସରେ ନିଜର ସଫଳତା ହାସଲ କରିଛନ୍ତି । ତେଣୁ ଆଜିର ମହିଳାମାନେ ପଛରେ ନାହାନ୍ତି କିନ୍ତୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ପ୍ରତିପକ୍ଷଙ୍କ ସହ ସମକକ୍ଷ ହୋଇପାରିଛନ୍ତି। ଏହି ଅନୁଷ୍ଠାନର ମହିଳାମାନଙ୍କ ପାଇଁ ଅନ୍ତର୍ଜାତୀୟ ସମ୍ମିଳନୀ, କର୍ମଶାଳା ଏବଂ ସେମିନାର ଇତ୍ୟାଦି ଆୟୋଜନ କରି ମହିଳା ସଦସ୍ୟମାନଙ୍କୁ ସେମାନଙ୍କର ଦାୟିତ୍ୱକୁ ଏକ ଉତମ ଉପାୟରେ ସମ୍ପନ୍ନ ଓ ସକ୍ଷମ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଏ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ସିଏ ଅଶ୍ୱିନୀ କୁମାର କର, ସିଏ ବେନୁଗୋପାଳ ରାଓ, ପୂର୍ବତନ ପୂର୍ବତଟ ଅଧ୍ୟକ୍ଷ ସିଏ ସୁନୀଲ କୁମାର ସାହୁ ଏବଂ ମହିଳା ସିଏ ମାନେ ଯୋଗଦାନ କରିଥିଲେ ।
    ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ ସିଏ ପ୍ରଦୀପ କୁମାର ସାହୁ, ସଦସ୍ୟ ସିଏ ଗଗନ ବିହାରୀ ଦାସ, ସିଏ ଶାଶ୍ୱତ ତ୍ରିପାଠୀ, ସିଏ ରଞ୍ଜନ ପୃଷ୍ଟି ସଂଯୋଜନା କରିଥିଲେ । ଏହି ଉତ୍ସବରେ ୧୫୦ ସଦସ୍ୟ ଏବଂ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    60 %
    2.6kmh
    0 %
    Sat
    25 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ