Friday, August 15, 2025
27.5 C
Odisha

    ଆଉ ଛୁଇଁ ହେବନି ଅରୁଣ ସ୍ତମ୍ଭ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

    ଆଗକୁ ପଢନ୍ତୁ

    ପୁରୀ: ଆସ୍ଥା ଓ ବିଶ୍ଵାସର ପ୍ରତୀକ ହେଉଛି ଅରୁଣ ସ୍ତମ୍ଭ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ରହିଥିବା ଅରୁଣ ସ୍ତମ୍ଭକୁ ଦର୍ଶନ ଓ ସ୍ପର୍ଶ ସହ ପ୍ରଣିପାତ କରି ଭକ୍ତ ସିଂହଦ୍ଵାର ଦେଇ ପ୍ରବେଶ କରନ୍ତି । କେବଳ ଭକ୍ତ ନୁହନ୍ତି ସେବାୟତ ମଧ୍ୟ ଏହାକୁ ପ୍ରଥମେ ଦର୍ଶନ ଓ ପ୍ରଣିପାତ କରିଥାନ୍ତି ତାପରେ ଯାଇ ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି । ତେବେ ବ୍ରିଟିଶ ସମୟରୁ ଅରୁଣ ସ୍ତମ୍ଭକୁ ଲୁହା ବାଡ ଘେରି ରହିଥିଲା ।

    ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ପରିବର୍ତ୍ତନ କରାଯାଇ ପିତଳ ବ୍ୟାରିକେଡ଼ ଲଗାଯାଇଛି । ଅରୁଣ ସ୍ତମ୍ଭର ସୁରକ୍ଷା ଓ ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ଏହି ପିତଳ ବ୍ୟାରିକେଡ଼ ଲଗାଯାଉଛି । କିନ୍ତୁ ପୁରୀ ଆସୁଥିବା ଶ୍ରଦ୍ଧାଳୁ ଗତକାଲି ଠାରୁ ଆଉ ଅରୁଣ ସ୍ତମ୍ଭକୁ ସ୍ପର୍ଶ କରିପାରୁନାହାନ୍ତି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

    ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗତ ଦୁଇ ଦିନ ହେବ ଏହାକୁ ପରିବର୍ତ୍ତନ କରାଯାଇ ପିତଳ ବ୍ୟାରିକେଡ଼ ଲଗାଯାଉଛି । ଅରୁଣ ସ୍ତମ୍ଭର ସୁରକ୍ଷା ଓ ଦୀର୍ଘ ସ୍ଥାୟୀ ବ୍ୟବସ୍ଥା ପାଇଁ ଏହି ପିତଳ ବ୍ୟାରିକେଡ଼ ଲଗାଯାଉଛି । କିନ୍ତୁ ଏ ନେଇ କୌଣସି ସେବାୟତଙ୍କ ସହ ଆଲୋଚନା କରାଯାଇନାହିଁ । ପ୍ରାୟ ୪ ଫୁଟ୍ ଉଚ୍ଚର ପିତଳ ବ୍ୟାରିକେଡ଼ ଲଗାଯିବା ଦ୍ବାରା ଅଧିକାଂଶ ଭକ୍ତ ଆଉ ଅରୁଣ ସ୍ତମ୍ଭ ସ୍ପର୍ଶ କରିପାରୁନାହାନ୍ତି ।

    ଏହା ଭକ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଛି । ପ୍ରଥମେ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ ମନା, ତା ପରେ ରଥ ଉପରକୁ ଚଢିବା ମନା ଆଉ ଏବେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ସ୍ପର୍ଶ କରିବାର ଅଧିକାରରୁ ବଞ୍ଚିତ ହେବେ ଭକ୍ତ । ଏହି ନୂତନ ପିତଳ ବ୍ୟାରିକେଡ଼ ଇସ୍କନ ସଂସ୍ଥାର ପ୍ରତୀକ ଭଳି ଦୃଶ୍ୟମାନ ହେଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

    ଏ ନେଇ ସେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିବେ । ତେବେ ହଠାତ୍ ଅରୁଣ ସ୍ତମ୍ଭ ଚାରିପଟେ ହଠାତ୍ ଏଭଳି ପିତଳ ବ୍ୟାରିକେଡ଼ ଲାଗିବା ନିଷ୍ପତି କଣ ପାଇଁ ନିଆଗଲା ତାହା ସ୍ପଷ୍ଟ ହୋଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    85 %
    1.7kmh
    99 %
    Fri
    27 °
    Sat
    30 °
    Sun
    30 °
    Mon
    28 °
    Tue
    28 °

    ସମ୍ବନ୍ଧିତ