Friday, October 2, 2026
22.9 C
Odisha

    ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ଆଇପିଏସ୍ ଅନନ୍ୟା, ପ୍ରଥମ ମହିଳା ‘ଏଡିସି’ ହେଲେ ଅନନ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଲୋକ ଭବନରେ ମହିଳା ଶକ୍ତିର ଜୟଯାତ୍ରା । ଲୋକ ଭବନର ପ୍ରଥମ ମହିଳା ‘ଏଡିସି’ ହେଲେ ଆଇପିଏସ୍ ଅନନ୍ୟା ଅୱସ୍ଥୀ । ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ଆଇପିଏସ୍ ଅନନ୍ୟା ।  ଓଡ଼ିଶା ପ୍ରଶାସନ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ରାଜ୍ୟପାଳ ହରିବାବୁ କମ୍ଭମପାଟିିଙ୍କ ADC ଭାବେ ନିଯୁକ୍ତି ପାଇଛନ୍ତି ଯୁବ ଆଇପିଏସ୍ ଅଧିକାରୀ ଅନନ୍ୟା ଅୱସ୍ଥୀ ।

    ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ମହିଳା ପୋଲିସ୍ ଅଧିକାରୀ । ଏହି ସଫଳତା କେବଳ ଅନନ୍ୟାଙ୍କ ପାଇଁ ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଅତି ଗୌରବର ମୁହୂର୍ତ୍ତ ।  ଅନନ୍ୟା ହେଉଛନ୍ତି 2022 ବ୍ୟାଚ୍ ର ଜଣେ ଆଇପିଏସ୍ ଅଧିକାରୀ ।  ନିଜର ଚେଷ୍ଟା, କାର୍ଯ୍ୟଦକ୍ଷତା ଏବଂ ବୃତ୍ତିଗତ ନିଷ୍ଠା ବଳରେ ସେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରଶାସନିକ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

    ରାଜ୍ୟପାଳଙ୍କ ବ୍ୟକ୍ତିଗତ ସୁରକ୍ଷା, ପ୍ରୋଟୋକଲ୍ ଏବଂ ଦୈନନ୍ଦିନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଫଳ ପରିଚାଳନା ଭଳି ସମ୍ବେଦନଶୀଳ ଦାୟିତ୍ୱ ଏହି ପଦବୀ ଉପରେ ନ୍ୟସ୍ତ ଥାଏ । ଲୋକ ଭବନ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଭାବେ ଏହି ପଦବୀରେ ପୁରୁଷ ଅଧିକାରୀମାନଙ୍କୁ ଦେଖିବାକୁ ମିଳୁଥିବା ବେଳେ, ଅନନ୍ୟାଙ୍କ ନିଯୁକ୍ତି ସେହି ପୁରୁଣା ଚିନ୍ତାଧାରାକୁ ବଦଳାଇ ଦେଇଛି।  ଅନନ୍ୟା ଅୱସ୍ଥୀଙ୍କ ଏହି ଐତିହାସିକ ସଫଳତା ଓଡ଼ିଶାର ହଜାର ହଜାର ଯୁବତୀ ଓ ସିଭିଲ୍ ସର୍ଭିସେସ୍ ଆଶାୟୀଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିବ। ଏହା ପ୍ରମାଣିତ କରିଛି ଯେ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ କୌଣସି ଲକ୍ଷ୍ୟ ଅସାଧ୍ୟ ନୁହେଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ