Friday, March 13, 2026
24.5 C
Odisha

    ଆଉ ନାହାନ୍ତି ଯାତ୍ରା ଖଳନାୟକ କାହ୍ନୁଚରଣ ସ୍ୱାଇଁ

    ଆଗକୁ ପଢନ୍ତୁ

    କେଉଁଝର  :  ଯାତ୍ରା ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର ଆସିଛି। ପୁଣି ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଖଳନାୟକ କାହ୍ନୁଚରଣ ସ୍ୱାଇଁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାହ୍ନୁ ଓଡ଼ିଶାର ପ୍ରମୁଖ ଯାତ୍ରାନୁଷ୍ଠାନରେ କାମ କରିବା ବେଳେ ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଟ କରି ରଖିଥିଲେ । ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସମସ୍ତେ ତାଙ୍କୁ ସ୍ନେହରେ କାହ୍ନୁ ବାବୁ ବୋଲି ଡାକନ୍ତି ।

    ଗତକାଲି ରାତି ୩ଟାରେ କେନ୍ଦୁଝର ଜିଲ୍ଲା ମରେଇ ଗାଁରେ ଯାତ୍ରା କାମସାରି ଘରକୁ ଫେରୁଥିବା ବେଳେ ନନ୍ଦିପଦା ଥାନା ନିକଟରେ ହୃଦଘାତ ହେବାରୁ ମୃତ୍ୟୁ ବରଣ କରିଛନ୍ତି । କାହ୍ନୁଙ୍କ ଦେହାନ୍ତ ଖବର ଶୁଣିବା ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । କାହ୍ନୁ ବାବୁ ପ୍ରମୋଦିନୀ ଯାତ୍ରା ପାର୍ଟିରେ କାମ କରୁଥିଲେ । ହୃଦଘାତରେ କାହ୍ନୁଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାଁନ୍ତି ପ୍ରଶଂସକ ଏବଂ ସହ କଳାକାରମାନେ ।

    ସୂଚନା ଯୋଗ୍ୟ ନିକଟରେ ଯାତ୍ରା ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ଭାବେ ସୁନାମ ଅର୍ଜନ କରିଥିବା ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ ହୋଇଥିଲା । ଓଡ଼ିଆ ଯାତ୍ରା ଜଗତ ଏଭଳି ଜଣେ ସୁନାମଧନ୍ୟ କଳାକାରଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ଗୋଟିଏ ପରେ ଗୋଟିଏ ଯାତ୍ରା କଳାକାରଙ୍କ ପରଲୋକ ଯେପରି ଯାତ୍ରା ଜଗତ ପାଇଁ କାଳ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ