Wednesday, October 7, 2026
22.5 C
Odisha

    ଟୋଲ ଗେଟ୍‌ ଜୋରିମାନା ଏପ୍ରିଲ ପହିଲା ଯାଏ ବନ୍ଦ; ପ୍ରଦୂଷଣ ଜୋରିମାନା ହ୍ରାସର ତର୍ଜମା ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପ୍ରଦୂଷଣ ପ୍ରମାଣପତ୍ର, ଜୋରିମାନା ଆଦାୟକୁ ନେଇ ବିଭିନ୍ନ ମହଲରୁ ବେଶ୍ ସମାଲୋଚନାର ହୋଇଥିବା ପରିବହନ ବିଭାଗ ଜନ ସନ୍ତୁଷ୍ଟିକରଣ ଉଦ୍ୟମ ଆରମ୍ଭ କରିଛି। ପ୍ରଦୂଷଣ ପାଇଁ ମାତ୍ରାଧିକ ଜୋରିମାନାକୁ କୋହଳ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଟୋଲ୍‌ ଗେଟ୍‌ରେ ପ୍ରଚଳିତ ଇ-ଡିଟେକ୍ସନ୍ ଜରିଆରେ ଚାଲାଣ କାଟିବା ସ୍ଥଗିତ ରଖାଯାଇଥିବା ଗୁରୁବାର ରାତିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବ ପରିବହନ ବିଭାଗ ପକ୍ଷରୁ ଆଇନ୍ ବିଭାଗକୁ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ବିଧି ଅନୁସାରେ ଜୋରିମାନା ପରିମାଣ ହ୍ରାସ କରିପାରିବେ।

    ମନ୍ତ୍ରୀ ଶ୍ରୀଜେନା କହିଛନ୍ତି, ପ୍ରଦୂଷଣ ‎ପ୍ରମାଣପତ୍ର ନ ଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ ହଜାର ଟଙ୍କା ଜୋରିମାନାକୁ ହ୍ରାସ କରିବା ‎ଦିଗରେ ବିଭାଗ ପକ୍ଷରୁ ତର୍ଜମା କରାଯିବ। ଏପ୍ରିଲ ପହିଲା ଯାଏ ଟୋଲ ଗେଟରେ ମଧ୍ୟ ଏ ସମ୍ପର୍କିତ ଜୋରିମାନା ଆଦାୟ ବନ୍ଦ ରହିବ। ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି। ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ପଲ୍ୟୁସନ୍ ସାର୍ଟିଫିକେଟ ନଥିଲେ ତେଲ ମନା, ଡିସେମ୍ବରରେ ପରିବହନ ବିଭାଗର ଏହି ରାତି ଅଧିଆ ନିୟମକୁ ନେଇ ଜନତାଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା। ପରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ଅବ୍ୟବସ୍ଥା, ଜୋରିମାନା ଦାଖଲ କରିବା ସମସ୍ୟା, ବିଭିନ୍ନ ବୈଷୟିକ ତ୍ରୁଟି, ସବୁଜ ଷ୍ଟିକର ଆଦିକୁ ନେଇ ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ବିଭାଗ ତିନିଟି ଦଫାରେ ପ୍ରଦୂଷଣ ପ୍ରମାଣପତ୍ର କଟକଣା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତଥାପି ଗାଡ଼ି ମାଲିକଙ୍କ ଯନ୍ତ୍ରଣା କମୁ ନାହିଁ। ଜୋରିମାନା ନାମରେ ଲୋକଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ବଢ଼ି ଚାଲିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ, ସାମାଜିକ ଅନୁଷ୍ଠାନ ରାସ୍ତାକୁ ଓହ୍ଲାଇଛନ୍ତି। ହାଇକୋର୍ଟରେ ମାମଲା ପହଞ୍ଚିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ