Sunday, July 5, 2026
23.7 C
Odisha

    ଆକାଶରୁ ଅଗ୍ନିବର୍ଷା, ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ଆକାଶରୁ ଅଗ୍ନିବର୍ଷା । ଆଜିଠୁ ଆହୁରି ଜଳାଇବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗରମ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । ଏବେ ଗ୍ରୀଷ୍ମ ପ୍ରବାହ ସହିତ ରାତିରେ ଗରମ ଓ ଗୁଳୁଗୁଳି ଲାଗି ରହିବ  । ବଲାଙ୍ଗୀର, ସମ୍ବଲପୁର, ନୟାଗଡ଼ ଓ ଝରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ହିଟ ୱେଭ ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ , ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡା, ନୟାଗଡ଼, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ।

    ଆଗାମୀ ୫ ଦିନ ଯାଏଁ ପାଗରେ କିଛି ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୨୬/୨୭ ତାରିଖ ବେଳକୁ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ରାଜଧାନୀରେ ଦିନକରେ ୫.୪ ଡିଗ୍ରୀ ବଢିଥିଲା ତାତି। ୪୨.୨ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.7 ° C
    23.7 °
    23.7 °
    94 %
    6.9kmh
    100 %
    Sun
    24 °
    Mon
    25 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ