Saturday, July 25, 2026
30.2 C
Odisha

    ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି, ଆଜି ଓ କାଲି ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : କଟକରେ ଅଙ୍ଗନବାଡି କେନ୍ଦ୍ର ବନ୍ଦ । ଆଜି ଓ କାଲି ବନ୍ଦ ରହିବ ସମସ୍ତ ଅଙ୍ଗନବାଡି କେନ୍ଦ୍ର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରାଯାଇଛି । ଦୁଇ ଦିନ ଅଙ୍ଗନବାଡି କେନ୍ଦ୍ର ବନ୍ଦ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗର୍ଭବତୀ ଓ ଶିଶୁଙ୍କ ଘରେ ଖାଦ୍ୟ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ସୂଚନାଯୋଗ୍ୟ, ଗତମାସ ମଧ୍ୟ ଅସହ୍ୟ ଖରାକୁ ଦେଖି ଛୁଟି ନିର୍ଦ୍ଦେଶ ଦେଇଛଥିଲେ ଜିଲ୍ଲାପାଳ । ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଥିଲା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଭୟଙ୍କର ହିଟ୍ ୱେଭକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏଭଳି ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ଜାରି ରହିବ । ଏଥିସହ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ଓ ଜନଗଣନା କାର୍ଯ୍ୟରେ ସାମିଲ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.2 ° C
    30.2 °
    30.2 °
    69 %
    4.4kmh
    93 %
    Sat
    29 °
    Sun
    26 °
    Mon
    25 °
    Tue
    26 °
    Wed
    26 °

    ସମ୍ବନ୍ଧିତ