Tuesday, September 29, 2026
29.2 C
Odisha

    ଜୁନ୍ ୧୫ ତାରିଖ ଯାଏଁ ବନ୍ଦ ରହିବ ସମସ୍ତ ଶୁଭ କାର୍ଯ୍ୟ, ଜାଣନ୍ତୁ ଏହା ପଛର ବିଶେଷ କାରଣ

    ଆଗକୁ ପଢନ୍ତୁ

    ସନାତନ ପରମ୍ପରାରେ ସମୟ କେବଳ ତିଥିର ଗଣନା ନୁହେଁ ବରଂ ବିଶ୍ବ ସନ୍ତୁଳନର ବିଜ୍ଞାନ ଭାବରେ ବିବେଚନା କରାଯାଏ । ଏହାକୁ ବିଜ୍ଞାନର ସବୁଠାରୁ ଅଦ୍ଭୁତ ଉଦାହରଣ ଅଧିକ ମାସ । ଚଳିତ ବର୍ଷ ମେ ୧୭ ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଅଧିକ ମାସ ରହିବ । ପାଖାପାଖି ୩୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶେଷ ଅବଧିକୁ ଅଧିକ ଜ୍ୟେଷ୍ଠ ମାସ ବୋଲି କୁହାଯାଏ । ଏହି ସମୟରେ ଶୁଭ ମାଙ୍ଗଳିକ କାର୍ଯ୍ୟକୁ ବାରଣ କରାଯାଇଥାଏ । ଅଧିକ ମାସକୁ ତପ, ସାଧନା ଏବଂ ଭକ୍ତିର ସବୁଠାରୁ ଶ୍ରେଷ୍ଠ ସମୟ ବୋଲି ମଧ୍ୟ ମାନାଯାଇଥାଏ । ଏହି ସମୟ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦର ବିଶେଷ ସୁଯୋଗ ହୋଇଥାଏ ।

    ଅଧିକ ମାସ ଆଧାରରେ ପ୍ରାଚୀନ ଜ୍ୟୋତିର୍ବିଜ୍ଞାନରେ ରହିଛି । ହିନ୍ଦୁ କ୍ୟାଲେଣ୍ଡର ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟଙ୍କ ଗତି ଉପରେ ଆଧାରିତ । ସୌରବର୍ଷ ପ୍ରାୟ ୩୬୫ ଦିନ ହୋଇଥିବାବେଳେ ଚନ୍ଦ୍ରବର୍ଷ ୩୫୪ ଦିନ ହୋଇଥାଏ । ତେଣୁ ପ୍ରତି ବର୍ଷ ପ୍ରାୟ ୧୧ ଦିନ ପାର୍ଥକ୍ୟ ରହିଥାଏ । ଏହା ୩ ମର୍ଷ ମଧ୍ୟରେ ୩୩ ଥର ଏହି ପାର୍ଥକ୍ୟ ଦେଖିବାକୁ ମିଳିଥାଏ । ପଞ୍ଚାଙ୍ଗ ଏବଂ ଋତୁ ଚକ୍ରକୁ ସନ୍ତୁଳନ କରିବା ପାଇଁ ଅତିରିକ୍ତ ମାସ ଯୋଡାଯାଇଥାଏ । ଯାହାକୁ ଅଧିକ ମାସ କିମ୍ବା ପୁରୁଷୋତ୍ତମ ମାସ ବୋଲି କୁହାଯାଏ ।

    କଥା ମୁତାବକ ଯେତେବେଳେ ଏହି ଅତିରିକ୍ତ ମାସ ପଡେ ସେତେବେଳେ ମଧ୍ୟ ଦେବତା ଏହାକୁ ନିଜର ଭାବରେ ଗ୍ରହଣ କରିନଥିଲେ। ଏହାକୁ ଅପବିତ୍ର ମନେ କରି, ପ୍ରତ୍ୟେକ ଦେବତା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସମସ୍ତ ମାସର ନିଜସ୍ୱ ଶାସକ ଥିଲେ । ହେଲେ ଏହି ମାସର କୌଣସି ମାଲିକ ନଥିଲେ । ଦୁଃଖିତ ହୋଇ ଏହି ମାସଟି ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲା । ଭଗବାନ ବିଷ୍ଣୁ ଏହାକୁ ତାଙ୍କର ନାମ ପୁରୁଷୋତ୍ତମ ଦେଲେ ଏବଂ ଘୋଷଣା କଲେ ଯେ ଏବେଠାରୁ ଏହାକୁ ସବୁଠାରୁ ଉନ୍ନତ ମାସ ଭାବରେ ବିବେଚନା କରାଯିବ। ଏଥିସହିତ ଏହି ସମୟ ମଧ୍ୟରେ ଯିଏ ଭକ୍ତି କରିବ ସେ ବିଶେଷ ପୁଣ୍ୟ ପାଇବେ। କୁହାଯାଏ ଯେ ସେବେଠାରୁ ଅଧିକ ମାସ ପୁରୁଷୋତ୍ତମ ମାସ ଭାବରେ ପରିଚିତ ହେଲା ।

    ଧାର୍ମିକ ବିଶ୍ୱାସ ଅନୁସାରେ, ଅଧିକ ମାସ ସାଂସାରିକ କାର୍ଯ୍ୟ ଅପେକ୍ଷା ଆଧ୍ୟାତ୍ମିକ ଉନ୍ନତି ପାଇଁ ସମର୍ପିତ। ତେଣୁ, ଏହି ସମୟରେ ବିବାହ, ନିର୍ବନ୍ଧ, ଗୃହସ୍ଥାପନ, ଚୁଟି ପକାଇବା ଏବଂ ନାମକରଣ ଭଳି ଭଲ କାର୍ଯ୍ୟ କରାଯାଏ ନାହିଁ । ଏହି ମାସରେ ପିତୃ କର୍ମ ମଧ୍ୟ କରାଯାଏ ନାହିଁ । ଏହି ସମୟରେ ସାଂସାରିକ କାର୍ଯ୍ୟରେ କୌଣସି ଶୁଭ ଫଳ ମିଳିନଥାଏ । ତେଣୁ ଶୁଭ କାମ ନ କରିବାକୁ କୁହାଯାଇଥାଏ ।

    ଶାସ୍ତ୍ର ଅନୁସାରେ, ଅଧିକ ମାସ ସମୟରେ, ପୂଜା, ଜପ, ଧ୍ୟାନ, ଦାନ ଏବଂ ଧାର୍ମିକ କାର୍ଯ୍ୟକଳାପକୁ ଉତ୍ସାହିତ କରିବା ଉଚିତ। ଅନ୍ୟପକ୍ଷରେ, ବିବାହ, ନୂତନ ବ୍ୟବସାୟ ଆରମ୍ଭ କରିବା ଅନୁଚିତ୍ ବୋଲି କୁହାଯାଏ । ଏହି ମାସ ଈଶ୍ୱରଙ୍କ ସହିତ ସଂଯୋଗ ସ୍ଥାପନ ପାଇଁ ଏକ ମାସ। ସ୍କନ୍ଦ ପୁରାଣ ଅନୁସାରେ, ଭଗବାନ ବିଷ୍ଣୁ କହିଛନ୍ତି ଯେ ଏହି ମାସରେ ଯେଉଁମାନେ ଧାର୍ମିକ କାର୍ଯ୍ୟ, ଦାନ, ପୂଜା କିମ୍ବା ଉପବାସ କରିଥାଆନ୍ତି ସେମାନଙ୍କୁ ୧୦୦ ଗୁଣା ଶୁଭ ଫଳ ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ