Saturday, September 28, 2024
30.1 C
Odisha

    ଆଖିତଳ କଳାଦାଗ ଦୂର କରିବାର ଘରୋଇ ଉପଚାର

    Remove dark circles at home.

    ଆଗକୁ ପଢନ୍ତୁ

     

    ବୟସ ବଢିବା ସହିତ ଚେହେରାର ରଙ୍ଗରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଚେହେରାର ବିଭିନ୍ନ ଅଂଶରେ କଳା ଦାଗ ଦେଖାଯାଏ । ଏହାସହ ଆଖି ତଳେ କଳାଦାଗ ବା ଡାର୍କ ସର୍କଲସ ଦେଖାଯିବା ମଧ୍ୟ ଖୁବ ସାଧାରଣ । ଆଖି ତଳେ ଏହି ଡାର୍କ ସର୍କଲସ ସାଧାରଣତଃ ଥକ୍କାପଣ, ଡିହାଇଡ୍ରେସନ କିମ୍ବା ପର୍ଯ୍ୟାପ୍ତ ନିଦ୍ରାର ଅଭାବକୁ ସୁଚାଇଥାଏ । ଶରୀରକୁ ଆବଶ୍ୟକ ପରିମାଣର ଆରାମ ନ ମିଳିଲେ, ଡେରି ରାତି ଯାଏଁ ଫୋନ କିମ୍ବା କମ୍ପୁଟର ସ୍କ୍ରିନ୍ କୁ ଚାହିଁ ରହି କାମ କଲେ, ରାତି ଅନିଦ୍ରା ହେବା ଫଳରେ କିମ୍ବା ଶରୀରରେ ଆବଶ୍ୟକ ଅନୁଯାୟୀ ପୋଷକତତ୍ତ୍ଵ ର ଅଭାବ କାରଣରୁ ଆଖି ତଳେ କଳାଦାଗ ଦେଖିବାକୁ ମିଳିଥାଏ । ଏହା ଚେହେରାର ଲୁକ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଏହାକୁ ଦୂର କରିବାକୁ ସମସ୍ତେ ଚାହିଁଥାଆନ୍ତି । ଆମେ ଆଜି ଆପଣମାନଙ୍କ ପାଇଁ ନେଇ ଆସିଚୁ କେତୋଟି ଫଳପ୍ରଦ,ସହଜ ଓ ସୁଲଭ ଘରୋଇ ଉପଚାର ଯାହା ଆଖି ଚାରିପାଖର ଡାର୍କ ସର୍କଲସ ଦୂର କରିବା ପାଇଁ ବେଶ ଲାଭଦାୟକ ଅଟେ ।

    ୧.ପଲ ସାଇଡର ଭିନେଗାର ବା ଏସିଭି: ଆପଲ ସାଇଡର ଭିନେଗାରରେ ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗାଲ ଗୁଣ ଭରପୂର ମାତ୍ରାରେ ରହିଥାଏ, ଯାହା ଯେକୌଣସି ଦାଗ ଦୂର କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାବ୍ୟତୀତ, ଏସିଭିରେ ମାଲିକ୍ ଏସିଡ୍ ଥାଏ, ଯାହା ମେଲାନିନ୍ ଉତ୍ପାଦନକୁ ହ୍ରାସ କରି ବ୍ରାଉନ୍ ସ୍ପଟ୍ ଏବଂ ହାଇପରପିଗ୍ମେଣ୍ଟେସନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏସିଭି ଆପଣଙ୍କ ତ୍ୱଚାକୁ ଏକ୍ସଫୋଲିଏଟ୍ ମଧ୍ୟ କରିଥାଏ, ଯାହା ଆପଣଙ୍କୁ ଉଜ୍ଜ୍ୱଳ ସ୍କିନଟୋନ ଦେଇଥାଏ ।

    କେମିତି କରିବେ ପ୍ରୟୋଗ– ୨ ଚାମଚ ଆପଲ ସାଇଡର ଭିନେଗାରରେ ୧ ଚାମଚ ବେସନ ଓ ୧ ଚାମଚ ମହୁ ମିଶାଇ ଏହି ମିଶ୍ରଣକୁ ଆଖି ତଳେ ଲଗାନ୍ତୁ । ଏବେ ଏହାକୁ ୧୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ । ମାସ୍କ ଶୁଖିଗଲା ପରେ ଏହାକୁ ୨ ରୁ ୩ ମିନିଟ୍ ମାଲିସ କରନ୍ତୁ ଏବଂ ତା’ପରେ ମୁହଁ ଧୋଇ ଦିଅନ୍ତୁ ।

    ୨. ଯଷ୍ଠିମଧୁ: ଆୟୁର୍ବେଦରେ ଯଷ୍ଠିମଧୁ ଏକ ଲୋକପ୍ରିୟ ଉପଚାର । ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ(National Library of Medicines) ଦ୍ୱାରା ୨୦୧୩ ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ମାଇକ୍ରୋବିୟଲ୍ ଏବଂ ଆଣ୍ଟି-ଏଜିଂ ଗୁଣ ରହିଛି ଯାହା ତ୍ଵଚାର ଢିଲାପଣ ଏବଂ ଫାଇନ ଲାଇନ୍ସ କୁ କମ କରିଥାଏ । ଏହା ଚର୍ମ ଜନିତ ରୋଗର ଲକ୍ଷଣ ଯଥା ପିଗମେଣ୍ଟେସନକୁ ହ୍ରାସ କରିବା ରେ ସହାୟକ ହୋଇଥାଏ ଏବଂ ସନ୍ ଡ୍ୟାମେଜକୁ ରୋକିଥାଏ । ଏହା ବ୍ରଣକୁ ନିୟନ୍ତ୍ରଣ କରିବା ସହ ତ୍ୱଚାର ରଙ୍ଗ ମଧ୍ୟ ସଫା କରିଥାଏ ।

    କେମିତି କରିବେ ପ୍ରୟୋଗ- ଏକ ଚାମଚ ଲିକୋରିସ ଗୁଣ୍ଡ ସହିତ ଅଧା ଚାମଚ ହଳଦୀ ଓ କିଛି ଗୋଲାପ ଜଳ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଆପଣ ଏହି ମିଶ୍ରଣରେ ଚନ୍ଦନ ପାଉଡର ମଧ୍ୟ ମିଶାଇ ପାରିବେ କାରଣ ଚନ୍ଦନ ପିଗମେଣ୍ଟେସନ ଦୂର କରିବା ପାଇଁ ମଧ୍ୟ ଭଲ ଅଟେ ।

    ୩. ଆଳୁ ରସ: ଆଳୁ ରସ ପିଗ୍ମେଣ୍ଟେସନ୍ ସମସ୍ୟା ପାଇଁ ଏକ ପ୍ରାକୃତିକ ଉପଚାର ଅଟେ । ଏଥିରେ ଏନଜାଇମ ଏବଂ ଭିଟାମିନ୍ ସି ଥାଏ ଯାହା କଳା ଦାଗକୁ ହାଲୁକା କରିବା ରେ ସାହାଯ୍ୟ କରିଥାଏ ଏବଂ ତ୍ୱଚାର ରଙ୍ଗକୁ ମଧ୍ୟ ସଫା କରିଥାଏ । ଏହାର ସାମାନ୍ୟ ଅମ୍ଳୀୟ ଗୁଣ ମୃତ ଚର୍ମ କୋଷଗୁଡ଼ିକୁ ଏକ୍ସଫୋଲିଏଟ୍ କରିପାରେ, ଯାହା ଉଜ୍ଜ୍ୱଳ ତ୍ଵଚା ପ୍ରଦାନ କରିଥାଏ । ଏଥିରେ ଥିବା ଭିଟାମିନ୍ ଏ, ଭିଟାମିନ୍ ସି, ଷ୍ଟାର୍ଚ ଏବଂ ଏନଜାଇମ୍ ଆପଣଙ୍କ ତ୍ୱଚାକୁ ପୋଷଣ ଦେଇଥାଏ।

    କେମିତି କରିବେ ପ୍ରୟୋଗ- ଆଳୁକୁ ସଫା କରି ଏହାର ଚୋପା ଛଡାଇ ଏହାର ପତଳା ସ୍ଲାଇସ କାଟି ବାହାର କରନ୍ତୁ ଏବଂ ଏହାକୁ ଆଖି ତଳେ ଏବଂ ଅନ୍ୟ ଦାଗ ପଡିଥିବା ସ୍ଥାନରେ ରଖନ୍ତୁ । ଆପଣ ଆଳୁର ରସ ବାହାର କରି ମଧ୍ୟ ବ୍ୟବହାର କରି ପାରିବେ । ଆଳୁ ରସରେ ସାମାନ୍ୟ ଗୋଲାପ ଜଳ ମିଶାଇ କଟନ ବଲ ସାହାଜ୍ୟ ରେ ମୁହଁରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନିଟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

    ୪.ଅମୃତଭଣ୍ଡା: ଅମୃତଭଣ୍ଡା ଆଣ୍ଟିଅକ୍ସିଡାଣ୍ଟ ଏବଂ ପାପେନ ଭଳି ଏନଜାଇମରେ ଭରପୂର । ପାପେନ୍ ମୃତ ଚର୍ମ କୋଷଗୁଡ଼ିକୁ ଏକ୍ସଫୋଲିଏଟ୍ କରି ନୂତନ କୋଷ ସୃଷ୍ଟିରେ ସାହାଯ୍ୟ କରିଥାଏ ଏବଂ କଳା ଦାଗକୁ ହ୍ରାସ କରିଥାଏ । ଏଥିରେ ଥିବା ଭିଟାମିନ୍ ଏ ଏବଂ ସି ର ମାତ୍ରା ପିଗ୍ମେଣ୍ଟେସନ୍ କୁ ହାଲୁକା କରିବା ରେ ସହାୟକ ହୋଇଥାଏ ଏବଂ ତ୍ୱଚାର ରଙ୍ଗକୁ ସଫା କରିଥାଏ। ଏହାବ୍ୟତୀତ ଅମୃତଭଣ୍ଡାର ମଇଶ୍ଚରାଇଜିଂ ଗୁଣ ଚେହେରକୁ ଏକ ପ୍ରାକୃତିକ ଉଜ୍ଜ୍ଵଳତା ଦେଇଥାଏ ।

    କେମିତି କରିବେ ପ୍ରୟୋଗ- ଏକ ପାଚିଲା ଅମୃତଭଣ୍ଡାକୁ ପେଷ୍ଟ କରି ସେଥିରେ ଆଲୋଭେରା ଜେଲ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ପ୍ରଭାବିତ ସ୍ଥାନରେ ଲଗାଇ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଦାଗହୀନ ଏବଂ ଉଜ୍ଜ୍ୱଳ କରିବାରେ ସହାୟକ ହେବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    72 %
    1kmh
    100 %
    Sat
    30 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ