Saturday, November 23, 2024
26.6 C
Odisha

    ଆଜମା ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁ ଛନ୍ତିକି? ଆପଣାନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ଶୀତଋତୁରେ ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଯେମିତିକି ଥଣ୍ଡା, କାଶ, ଛିଙ୍କ ଏବଂ ଜ୍ୱର ମଧ୍ୟ ହୋଇଥାଏ । ଶୀତଋତୁରେ ଖାସ୍‌କରି ନିଜକୁ ଧ୍ୟାନରେ ରଖିବା ଉଚିତ୍‌ । କାହିଁକି ନା ଏହି ଦିନେ ବହୁତ ଥଣ୍ଡା ଅନୁଭୂତ ହୋଇଥାଏ ଏବଂ ଶରୀର ମଧ୍ୟ ଅସୁସ୍ଥ ହୋଇଯାଏ । ସକାଳେ ଏବଂ ସନ୍ଧ୍ୟା ସମୟରେ ଗରମ ସେକ ନେବା ନିହାତି ଆବଶ୍ୟକ । ସେକ ନେବା ଫଳରେ ଶରୀରକୁ ବହୁତ ରିଲାକ୍ସ ମିଳିଥାଏ । ତେଣୁ ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ଶୀତ ଦିନରେ ଅନେକ ପ୍ରକାର ରୋଗ ଦେଖାଦିଏ ଖାସ୍‌ କରି ଆଜମା ରୋଗ ବିଶେଷ ଭାବରେ ଦେଖାଯାଏ । ଆଜମା ରୋଗୀ ଶୀତ ଋତୁରେ ବହୁତ କଷ୍ଟ ପାଇଥାନ୍ତି । କାହିଁକି ନା ଶୀତର ପ୍ରଭାବରୁ ଅଧିକ ଥଣ୍ଡା ହୁଏ ଯାହା ଫଳରେ ଆଜମା ରୋଗୀମାନଙ୍କୁ ବହୁ କଷ୍ଟ ଭୋଗିବାକୁ ପଡିଥାଏ । ଆସନ୍ତୁ ଜାଣିବା ଆଜମା ରୋଗରୁ କିପରି ରକ୍ଷା ପା।ଇବା

    ତୁଳସୀ : କାଶରୁ ମୁକ୍ତି ଦେଇଥାଏ ତୁଳସୀ । ତୁଳସୀ ଖାଇବା ଦ୍ବାରା ଶ୍ୱାସକ୍ରିୟାରେ ଜମା ହୋଇଯାଇଥିବା କଫକୁ ଦୂର କରିଥାଏ । ଏହା ସହିତ ଶ୍ୱାସକ୍ରିୟାର ଫୁଲାକୁ ମଧ୍ୟ ହ୍ରାସ କରିଥାଏ । ୫-୧୦ଟି ତୁଳସୀ ପତ୍ରକୁ ଛିଡାଇ ପାଣିରେ ଫୁଟାଇ ସେଥିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ, ଯାହା ଦ୍ୱାରା ଏହି ରୋଗ ଦୂର ହେବ । ଏହାକୁ ଦିନରେ ଥରେ ନହେଲେ ଦୁଇ ଥର ପିଇବା ନିହାତି ଆବଶ୍ୟକ । ଏହା ସହ ଖାଲି ମଧ୍ୟ ତୁଳସୀ ପତ୍ରକୁ ଖାଇ ପାରିବେ । ଏଥିରେ ବହୁତ ଔଷଧିଅ ଗୁଣ ରହିଛି । ଯଦି ଆପଣ ଥଣ୍ଡା, କାଶ, ଏବଂ ଆଜମା ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି । ତେବେ ସବୁଦିନ ୫-୬ଟି ତୁଳସୀ ପତ୍ର ଖାଆନ୍ତୁ ଏବଂ ରୋଗରୁ ଆରୋଗ୍ୟ ହୁଅନ୍ତୁ ।

    ମୁଲେଠି : ଆୟୁବେର୍ଦଙ୍କ ଅନୁଯାୟୀ , ଏହି ମୁଲେଠି ଏକ ଔଷଧୀୟ ଚେର ଯାହା ସାହାଯ୍ୟରେ ସବୁ ପ୍ରକାରର ରୋଗ ଭଲ ହୋଇଥାଏ । ବିଶେଷ ଭାବରେ ଆଜମା ରୋଗୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ଏହା ଗଳାର ଯନ୍ତ୍ରଣା କମ କରିଥାଏ ଏବଂ କାଶରୁ ବହୁତ ଶୀଘ୍ର ମୁକ୍ତି ମିଳିଥାଏ । ମୁଲେଠିକୁ ନେଇ ମହୁ କିମ୍ବା ଉଷୁମ ପାଣିରେ ମଶ୍ରତ କରି ପିଇଲେ ଫୁସଫୁସ ସମ୍ବନ୍ଧିୟ ସମସ୍ୟା ଦୂର ହୋଇଥାଏ । ଯେତେବେଳେ ବି ଆପଣ ଚା’ ପିଉଛନ୍ତି ସେହି ସମୟରେ ଆପଣ ଏହାକୁ ପିଇପାରିବେ ଏଥିରେ କୈଣସି ପ୍ରକାରର ଅସୁବିଧା ନାହିଁ । ଏହାକୁ ଦିନରେ ଦୁଇ ଥର ପିଇବା ଆବଶ୍ୟକ ।

    ଅଦା : ଅଦାରେ ଅନେକ ଗୁଣ ଭରପୂର ମାତ୍ରାରେ ଥାଏ । ଯାହାକୁ ଖାଇଲେ ଥଣ୍ଡା, କାଶ, ତଣ୍ଟି ବଥା ସମସ୍ୟାରୁ ମୁକ୍ତି ମିଳିଥାଏ । ଖାସ୍‌ କରି ଏହା ଆଜମା ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେତେବେଳେ ଆପଣଙ୍କର ତଣ୍ଟି ବଥା କିମ୍ବା କାଶ ହେଉଛି ତେବେ ଅଦାକୁ ଆପଣ ରାତି ସମୟରେ ଶୋଇଲା ବେଳେ ପାଟିରେ ରଖି ଶୋଇପାରିବେ ଯାହା ଦ୍ୱାରା ତଣ୍ଟି ବଥା ଦୂର ହେବା ସହ ଆଜମା ରୋଗ ମଧ୍ୟ ଦୂର ହୋଇଥାଏ । ଅଦାକୁ କାଟି ପାଣିରେ ପକାଇ ତାକୁ ଫୁଟାନ୍ତୁ ଏବଂ ସେଥିରେ ଅଳ୍ପ ମହୁ ଏବଂ ଲେମ୍ବୁ ମିଶାଇ ପିଅନ୍ତୁ ଯାହା ଦ୍ୱାରା ଏସବୁ ରୋଗରୁ ମୁକ୍ତି ମିଳିବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.6 ° C
    26.6 °
    26.6 °
    39 %
    2.8kmh
    40 %
    Sat
    26 °
    Sun
    26 °
    Mon
    26 °
    Tue
    24 °
    Wed
    26 °

    ସମ୍ବନ୍ଧିତ